ଓଡିଶା

୬୬ଟି ଗେଟ୍‌ ଖୋଲିଦେଲା ଛତିଶଗଡ଼ 

(ଭୁବନେଶ୍ୱର) : ଉପରମୁଣ୍ଡରେ ବର୍ଷା ଯୋଗୁ ବଢ଼ୁଛି ମହାନଦୀର ଜଳସ୍ତର । ଛତିଶଗଡ଼ର କଲମା ବ୍ୟାରେଜରୁ ୬୬  ଗେଟ୍‌ ଦେଇ ଏବେ ବନ୍ୟାଜଳ ନିଷ୍କାସିତ ହେଉଛି । ଚଳିତ ମୌସୁମୀ ଋତୁରେ ଛତିଶଗଡ଼ କଲମା ବ୍ୟାରେଜ ପ୍ରଥମ କରି ଗତ ଜୁନ୍‌ ୧୬ ରେ ବନ୍ୟା ଜଳ ଛାଡ଼ିଥିଲା । ପ୍ରଥମେ ୫ ଟି ଗେଟ୍‌ ଓ ପରେ କଲମା ବ୍ୟାରେଜର ସମସ୍ତ ୬୬ ଗେଟ୍‌ ଖୋଲି ଦେଇଛି ଛତିଶଗଡ଼ । ସେପଟେ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ହୀରାକୁଦ ଜଳଭଣ୍ଡାରରେ ଏବେ ଜଳପତ୍ତନ ୬୧୩ ଫୁଟରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ଡ୍ୟାମ୍‌କୁ ସେକେଣ୍ଡକୁ ୧ ଲକ୍ଷ ୩୬ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ପ୍ରାୟ ୪୦ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି । ତେଣୁ କ୍ରମାଗତ ଭାବରେ ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ପ୍ରଥମ ବନ୍ୟା ଜଳ ଛାଡ଼ିବ ହୀରାକୁଦ, ଡ୍ୟାମରେ ବଢୁଛି ଜଳସ୍ତର ସେପଟେ ଆଉ ଦିନକ ପରେ ହୀରାକୁଦ ବନ୍ୟା ଜଳ ଛଡ଼ାଯିବ । ତାପୂର୍ବରୁ ଡ୍ୟାମ୍ କର୍ତ୍ତୃପକ୍ଷ ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ସତର୍କ କରାଇଛନ୍ତି । ବନ୍ୟା ଜଳ ଛାଡ଼ିବା ବେଳେ ମହାନଦୀ ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ରବିବାର ସକାଳ ୯ଟା ବେଳେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । କିନ୍ତୁ କେତୋଟି ଗେଟ୍ ଖୋଲାଯିବ ସେ ସମ୍ପର୍କରେ ସେହିଦିନ ହିଁ ନିଷ୍ପତ୍ତି ନିଆଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।  ଚଳିତ ମାସ ଚାଷ କାର୍ଯ୍ୟ ଠିକ୍ ଭାବେ ଚାଲିଛି । ରାଜ୍ୟର ନଦୀ ଖାଲି ଥିଲା । ହୀରାକୁଦର ଗେଟ ଖୋଲିଲେ ଅସୁବିଧା ହେବନି ବୋଲି ଏସଆରସି ସତ୍ୟବ୍ରତ ସାହୁ କହିଛନ୍ତି । ସେପଟେ

Related posts

ମାର୍ଚ୍ଚ ୨୮ ତାରିଖରୁ ଖୋଲିବ ଅଙ୍ଗନବାଡି କେନ୍ଦ୍ର

mahabharatanews

ବେଗୁନିଆରେ କରୋନା ସଚେତନତା କାର୍ଯ୍ୟକ୍ରମ

mahabharatanews

ମାଓବାଦୀକୁ ବିରୋଧ କରି ପ୍ରଜାମେଳି

mahabharatanews