ଓଡିଶାପାଣିପାଗ

୬ରୁ ପୁଣି ଭିଜିବ ସାରା ରାଜ୍ଯ

ଭୁବନେଶ୍ୱର: ଆସନ୍ତା ମଙ୍ଗଳବାର ଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।ଆଗାମୀ ୨୪ ଘଣ୍ଟା ମଧ୍ୟରେ ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, କେନ୍ଦୁଝର, ନୂଆପଡା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ବଲାଙ୍ଗୀର, ସୋନପୁର, ଏବଂ କଳାହାଣ୍ଡିର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ବଜ୍ରପାତ ହୋଇପାରେ। ରବିବାର ଏବଂ ସୋମବାର ଦିନ ବର୍ଷାର ପରିମାଣ କମ୍ ରହିବାକୁ ଥିବା ବେଳେ ଆସନ୍ତା ସପ୍ତାହରେ ରାଜ୍ୟର ଅଧିକାଂଶ ଭାଗରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

୬ ତାରିଖ ଅର୍ଥାତ ମଙ୍ଗଳବାର ଦିନ କେନ୍ଦୁଝର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ଢେଙ୍କାନାଳ, ବାଲେଶ୍ବର, ମୟୂରଭଞ୍ଜ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଏବଂ ଜଗତସିଂହପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଏବଂ ରାୟଗଡର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହୋଇପାରେ।

୭ ତାରିଖ ଅର୍ଥାତ ବୁଧବାର ଦିନ କଟକ, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଦେଓଗଡର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ସେହିପରି ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ବରଗଡ, ଝାରସୁଗୁଡା ଏବଂ ସୋନପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

Related posts

କୋଣାର୍କରେ କିନ୍ନର ମହାସଂଘର ସଫେଇ କାର୍ଯ୍ୟକ୍ରମ

mahabharatanews

ନନ୍ଦାହାଣ୍ଡିରେ ଭାଲୁ ଆତଙ୍କ

mahabharatanews

ଆସନ୍ତାକାଲି ବନକଲାଗି ନୀତି; ୪ ଘଣ୍ଟା ଶ୍ରୀଜିଉ ଦର୍ଶନ ମନା

mahabharatanews