ଓଡିଶା

ଶୋକାକୁଳ ପରିବେଶ ଭିତରେ ଜଳିଲା ଯବାନଙ୍କ ଜୁଇ

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଗତ ଦୁଇଦିନ ପୂର୍ବେ ସିକ୍କିମରେ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କବି ସୂର୍ଯ୍ୟନଗର ଥାନା ଆଠଗଡ ପାଟଣାର ଯଜ୍ଞନାରାୟଣ କରଙ୍କ ପ୍ରାର୍ଥିବ ଶରୀର ଶୋକାକୁଳ ପରିବେଶ ଭିତରେ ଗାଁ ଶ୍ମଶାନରେ ଜଳିଲା ଯବାନଙ୍କ ଜୁଇ । ଗତକାଲି ଯବାନଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଏହାପରେ ସ୍ଥାନୀୟ ପ୍ରଶାସନ,ପୋଲିସ ଓ ସେନା ବିଭାଗର କର୍ମଚାରୀ ମାନେ ଆଠଗଡ ପାଟଣା ଗାଁରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଗତ ୩ ବର୍ଷ ହେବ ସେ ସେନା ବିଭାଗରେ ନିୟୋଜିତ ଥିଲେ । ଗତ ବର୍ଷ ତାଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଥିଲା ।

Related posts

କୃଷି ଋଣ ଠକେଇ: ୫୦ରୁ ଉର୍ଦ୍ଧ୍ୱ ଅ।ଦିବାସୀ ରାଇରଙ୍ଗପୁର ଟାଉନଥାନା ଦ୍ୱାରସ୍ଥ

mahabharatanews

ସ୍ଥଳଭାଗ ଛୁଇଁ ପାରେ ବାତ୍ୟା !

mahabharatanews

କାକଟପୁର ମଙ୍ଗଳା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଘଟଣାରେ ବିଜେପି ପକ୍ଷରୁ ଧାରଣା

mahabharatanews