ଭାରତ

ଉତ୍ତର ଭାରତରେ ମୌସୁମୀ ବର୍ଷା: ମୃତ୍ୟୁ ସଂଖ୍ୟା ୪୧

(ହିମାଚଳ) :  ଉତ୍ତର ଭାରତରେ ମୌସୁମୀ ବର୍ଷାର ତାଣ୍ତବ । ପାହଡରୁ ସମତଳ ସବୁଠି ପାଣି ଆଉ କେବଳ ପାଣି । ହିମାଚଳ ପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତର ପ୍ରଦେଶ, ଜାମ୍ମୁ-କାଶ୍ମୀର, ପଞ୍ଜାବ,ଆସାମ ସବୁଠି ପ୍ରାକୃତିକର କରାଳ କାୟ ରୂପ ଦେଖିବାକୁ ମିଳିଛି । ସେପଟେ ଲଗାଣ ବର୍ଷା ପାଇଁ ଆଉ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ,  ହିମାଚଳ ପ୍ରଦେଶର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଭୂସ୍ଖଳନ ଯୋଗୁଁ ଯାତାୟାତ ଠପ୍ ହୋଇଯାଇଥିବା ନେଇ ସୂଚନା ରହିଛି । ମନାଲି-ଲେହ ଜାତୀୟ ରାଜପଥ ଭୁଶୁଡି ବହୁ ଅଞ୍ଚଳ ଜଳମଗ୍ନ । ସେହିପରି କ୍ଷୟକ୍ଷତି ଆକଳନ ୪ ହଜାର କୋଟି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଚମୋଲିର ଜୁମ୍ମା ଗାଁରେ ଗ୍ଲାସିୟର ଫାଟିବା ଯୋଗୁ ଭୟଙ୍କର ବନ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ସେହିପରି ଦିଲ୍ଲୀରେ ଯମୁନା ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ନେଇ ସୂଚନା ରହିଛି ।

Related posts

ଆଜି ଆପ ନେତା ସଞ୍ଜୟଙ୍କ ଜାମିନ ଆବେଦନ ଉପରେ ଶୁଣାଣି

mahabharatanews

ଦେଶରେ ଦିନକରେ ୭,୫୫୪ ଆକ୍ରାନ୍ତ ଚିହ୍ନଟ ଓ ୨୨୩ ଜଣ ମୃତ

mahabharatanews

ହରର ଫିଲ୍ମରେ ନଜର ଆସିବେ ପ୍ରଭାସ

mahabharatanews