ଓଡିଶା

ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ

(ଭୁବନେଶ୍ୱର) : ଆଜି ସକାଳ ୮ଟା ୩୦ ବେଳକୁ ଭବାନୀପାଟଣା ତାପମାତ୍ରା ୩୮ ଡିଗ୍ରି ଛୁଇଁଥିଲା। ଝାରସୁଗୁଡ଼ା ଓ ସୋନପୁରରେ ୩୭.୪, ବଲାଙ୍ଗୀରରେ ୩୬.୪, ହୀରାକୁଦରେ ୩୬.୨, ସମ୍ବଲପୁର ୩୬ ଡିଗ୍ରିରେ ପହଞ୍ଚିବା ସହ ଆକାଶରୁ ନିଆଁ ବର୍ଷୁଥିଲା। ଝାରସୁଗୁଡା ତାପମାତ୍ରା ୪୨.୫ ଡିଗ୍ରିରେ ପହଞ୍ଚିଥିବା ବେଳେ ସମ୍ବଲପୁରରେ ୪୨.୨, ହୀରାକୁଦରେ ୪୨, ରାଉରକେଲାରେ ୪୦.୮, କେନ୍ଦୁଝର ସହରର ତାପମାତ୍ରା ୪୦.୫ ଡିଗ୍ରି ଛୁଇଁଥିଲା।

ସୂଚନାନୁଯାୟୀ , ୪ଟି ସହରର ତାପମାତ୍ରା ୪୬ ଡିଗ୍ରିରେ ପହଞ୍ଚିଥିଲା। ୧୦ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଥିଲା। ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୬.୩ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ସୋନପୁରରେ ୪୬.୨, ଟିଟିଲାଗଡ଼ ଓ ଝାରସୁଗୁଡ଼ାରେ ୪୬, ସମ୍ବଲପୁରରେ ୪୫.୬, ବୌଦ୍ଧରେ ୪୫.୩, ହୀରାକୁଦରେ ୪୫.୧, ଭବାନୀପାଟଣାରେ ୪୪.୫, ନୂଆପଡ଼ା ଓ ବରଗଡ଼ରେ ୪୪ ଡିଗ୍ରି ଲେଖାଏଁ ରହିଥିଲା। ଫୁଲବାଣୀ, ସୁନ୍ଦରଗଡ଼, ତାଳଚେର, ମାଲକାନଗିରି, ଅନୁଗୁଳ, ପାରଳାଖେମୁଣ୍ଡି, ରାୟଗଡ଼ା, କେନ୍ଦୁଝର, ନୟାଗଡ଼, ଖୋର୍ଦ୍ଧା, ନବରଙ୍ଗପୁର ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିବ ।

Related posts

ନକଲି ସୋରିଷ ତେଲ ଜବତ, ବ୍ୟବସାୟୀ ଗିରଫ

mahabharatanews

ଆଗାମୀ ୩ଦିନ କୁହୁଡ଼ି

mahabharatanews

ଅଷ୍ଟମ ଦିନରେ ଶ୍ରୀଅଲାରନାଥଙ୍କ ଦର୍ଶନ,ପ୍ରବଳ ଗହଳି  

mahabharatanews