ଭାରତ

ପ୍ରବଳ ବର୍ଷା ; ଉତ୍ତରାଖଣ୍ଡ ଏବଂ ହିମାଚଳରେ ରେଡ୍ ଆଲର୍ଟ ଜାରି

(ଦିଲ୍ଲୀ)  : ଲଗାଣ ବର୍ଷା ହେତୁ ଉତ୍ତରାଖଣ୍ଡ ଏବଂ ହିମାଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି  । ଯମୁନା ଜଳସ୍ତର ପୁଣି ବିପଦ ସଙ୍କେତ ଉପରେ ବହୁଛି । ଯେଉଁଥିପାଇଁ ଦେଶର ରାଜଧାନୀରେ ବର୍ତ୍ତମାନ ବନ୍ୟା ପରିସ୍ଥିତି । ସେହିପରି ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବର୍ଷା ଏବଂ ଭୂସ୍ଖଳନ ବପର୍ଯ୍ୟୟ ଥମିବାର ନାଁ ନେଉ ନାହିଁ । ଉଭୟ ରାଜ୍ୟରେ ବର୍ତ୍ତମାନ ବର୍ଷା ଓ ଭୂସ୍ଖଳନ ହେଉଛି ।

ସୂଚନାନୁଯାୟୀ , ଗତରାଲି ସଂଧ୍ୟାରେ ଶିମଲାର କ୍ରିଷ୍ଣାନଗର ଅଞ୍ଚଳରେ ୪ଟି ଘର ଧ୍ୱଂସସ୍ତୁପରେ ପରିଣତ ହୋଇଛି । ଗତ ୪୮  ଘଣ୍ଟା ମଧ୍ୟରେ ହିମାଚଳର ସୋଲାନରେ ମେଘୁଆ ବିସ୍ଫୋରଣ ଏବଂ ଶିମଲାର ଏକ ଶିବ ମନ୍ଦିର ଭୁଶୁଡ଼ିବା କାରଣରୁ ୨୧  ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶର ଅନେକ ସ୍ଥାନରେ ଭୂସ୍ଖଳନ ଘଟିଛି, ଯେଉଁଥିପାଇଁ ଅନେକ ରାସ୍ତା ଅବରୋଧ ହୋଇଛି । ସେହିପରି ଗତକାଲି ଚାମୋଲିରେ ପ୍ରବଳ ବର୍ଷା ହେତୁ ଘର ଭୁଶୁଡ଼ିବା କାରଣରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି, ଉଭୟ ରାଜ୍ୟରେ ରେଡ୍ ଆଲର୍ଟ ଜାରି ରହିଛି।

Related posts

ଶ୍ରଦ୍ଧା କପୁରଙ୍କୁ ସମନ ଜାରି 

mahabharatanews

ଆଜିଠୁ ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ 

mahabharatanews

ଦୁର୍ଘଟଣାଗ୍ରସ୍ତ ବସକୁ ପିଟିଲା କାର , ୫ ଜୀବନ୍ତ ଦଗ୍ଧ

mahabharatanews