ଭାରତ

ହେଲିକପ୍ଟର କ୍ରାଶ, ଅଳ୍ପକେ ବର୍ତ୍ତିଲେ ସୁଷମା ଅନ୍ଧାରେ

(ଦିଲ୍ଲୀ) : ଶିବସେନା (ଉଦ୍ଧବ ଦଳ) ନେତା ସୁଷମା ଅନ୍ଧାରେଙ୍କ ପାଇଁ ଆସିଥିବା ହେଲିକପ୍ଟରଟି ମହାରାଷ୍ଟ୍ରର ମହାଡ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୁଷମା ଅନ୍ଧାରେ ହେଲିକପ୍ଟରରେ ବସିବା ପୂର୍ବରୁ ହେଲିକପ୍ଟରଟି ଖସିପଡିଥିଲା । ପାଇଲଟମାନେ ସୁରକ୍ଷିତ ଥିବା କୁହାଯାଉଛି । ହେଲିକପ୍ଟର ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସୂଚନାନୁଯାୟୀ ,  ସୁଷମା ଅନ୍ଧାରେ ହେଲିକପ୍ଟରରେ ବସିବା ପୂର୍ବରୁ ହେଲିକପ୍ଟରଟି ଖସିପଡିଥିଲା । ଏଥିସହିତ ହେଲିକପ୍ଟରରେ ଥିବା ଦୁଇଜଣ ପାଇଲଟ ବି ସୁରକ୍ଷିତ ଅଛନ୍ତି । ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ସୁଶମା ଅନ୍ଧାରେ ଲୋକସଭା ନିର୍ବାଚନ ଲାଗି ବାରମତି ଠାରେ ଏକ ଜନସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ତାଙ୍କୁ ଆଣିବା ଲାଗି ପ୍ରାଇଭେଟ ଚର୍ପ ରାୟଗଡ଼ ଜିଲ୍ଲାର ହେଲିପ୍ୟାଡରେ ପହଞ୍ଚିଥିଲା । ଅବତରଣ କରିବା ପୂର୍ବରୁ ହିଁ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣା ପ୍ରାୟ ସକାଳ ୯ଟା ୩୦ ସମୟରେ ଘଟିଛି ।

Related posts

ସରକାରୀ କର୍ମଚାରୀଙ୍କୁ ଦିୱାଲୀ ବୋନସ 

mahabharatanews

ବଲିଉଡରେ ନଜର ଆସିବେ ଐଶ୍ୱର୍ଯ୍ୟା

mahabharatanews

ସିକନ୍ଦରାବାଦ-ବିଶାଖାପାଟଣା ‘ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌’ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

mahabharatanews