ଭାରତ

“ବାରାଣାସୀରୁ ମୋଦିଙ୍କ ବିରୋଧରେ କେଜ୍ରିୱାଲ ଲଢ଼ିବା ଉଚିତ”

(ଦିଲ୍ଲୀ) : ଲୋକସଭା ନିର୍ବାଚନ ୨୦୨୪ କୁ ନେଇ ଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ଦୁଇଟି ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯାଇଛି । ଏବେ ତୃତୀୟ ପର୍ଯ୍ୟାୟ ଭୋଟିଂ ଉପରେ ଦେଶବା୦ସୀଙ୍କ ନଜର ରହିଛି । ଏହି ସମୟରେ ସମାଜବାଦୀ ପାର୍ଟି ନେତାଙ୍କ ବିବୃତ୍ତି ରାଜନୈତିକ ଦଳ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।

ସୂଚନାନୁଯାୟୀ , ବାସ୍ତବରେ ଏସପି ଦଳର ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପରାମର୍ଶ ଦେଇଛନ୍ତି । କେବଳ ଏତିକି ନୁହେଁ ଏସପି ନେତା ଆଇପି ସିଂ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ କିମ୍ବା ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ୟୁପିର ବାରାଣାସୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ । ଏଭଳି ପରିସ୍ଥିତିରେ ମିଳିତ ମଞ୍ଚ ଏହାକୁ ଗୁରୁତର ସହ ଚିନ୍ତା କରିବା ଉଚିତ୍ ବୋଲି କହିଛନ୍ତି । ବାରାଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଇଣ୍ଡିଆ ମେଣ୍ଟ ପାଇଁ ସେ ତିନିଟି ନାମ ପରାମର୍ଶ ଦେଇଛନ୍ତି ବୋଲି ଏସପି ନେତା ଆଇପି ସିଂ ଦାବି କରିଛନ୍ତି ।

Related posts

ତମାଖୁ ବର୍ଜନ ବିଜ୍ଞପ୍ତି ବାଧ୍ୟତାମୂଳକ 

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୫୭୫ ଆକ୍ରାନ୍ତ ଚିହ୍ନଟ ଓ ୧୪୫ ଜଣ ମୃତ

mahabharatanews

ଚନ୍ଦ୍ରୟାନ-୩  ଲଞ୍ଚ ସମୟରେ ଉପସ୍ଥିତ ରହିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି !

mahabharatanews