ଓଡିଶା

ପୋଖରୀ ପାହାଚରୁ ଖସି ବୃଦ୍ଧାଙ୍କ ମୃତ୍ୟୁ

(ରଜନୀ କାନ୍ତ ପାତ୍ର/ହିଞ୍ଜିଳି): ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି । ସମ୍ପୃକ୍ତ ଗ୍ରାମର ଜଣେ ବୃଦ୍ଧା ପୋଖରୀକୁ ଗାଧୋଇବାକୁ ଯିବା ସମୟରେ ତୁଠ ପାହାଚରେ ପଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ମୃତ ବୃଦ୍ଧା ହେଲେ କମା ରାଉତ (୬୦)। ପୁଲିସ ସୂଚନା ଅପୁଯାୟୀ, ମୃତ କମା ଗ୍ରାମ ପୋଖରୀକୁ ଗାଧୋଇ ଯିବା ପାଇଁ ବାହାରିଥିଲେ। ପୋଖରୀ ଭିତରକୁ ସ୍ନାନ ପାଇଁ ଯିବା ପୂର୍ବରୁ କୌଣସି କାରଣ ବଶତଃ ନିୟନ୍ତ୍ରଣ ହରାଇ ଗୋଡ ଖସି ପାହାଚ ଉପରେ ପଡି ପ୍ରାଣ ହରାଇଥିଲେ । ଗ୍ରାମବାସୀ ଘଟଣା ସ୍ଥଳରୁ ଉକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଚିକିତ୍ସାଳୟରେ ପହଞ୍ଚି ଶବ ଜବତ କରିଛି । ଏନେଇ ହିଞ୍ଜିଳି ଥାନାରେ କେଶ ନଂ ୨୫/୨୦ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମଙ୍ଗଳବାର ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ପଠାଯିବ ଵୋଲି ପୁଲିସ କହିଛି ।

Related posts

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ସରକାର ପ୍ରତିଶୃତିବଦ୍ଧ: ମୁଖ୍ୟମନ୍ତ୍ରୀ

mahabharatanews

ଭିଜିଲାନ୍ସ ଜାଲରେ ୨ କନିଷ୍ଠ କିରାଣି 

mahabharatanews

କଲବଲ କଲାଣି ତାତି: ୨୭ରୁ ରାଜ୍ୟରେ ବଢ଼ିବ ଖରାର ପ୍ରକୋପ

mahabharatanews