ଅପରାଧ

କବାଟ ତାଡ଼ି ଲକ୍ଷାଧିକ ଟଙ୍କା ସହ ସୁନାଗହଣ। ଚୋରି

(ହଞ୍ଜିଳି/ରଜନୀକାନ୍ତ ପାତ୍ର):ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ପଞ୍ଚାୟତ ପୀତାମ୍ବରପୁର ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଘରେ ପଶି ୨ ଲକ୍ଷ ୧୦ ହଜାର ଟଙ୍କା,୪ ଭରି ଓଜନର ସୁନାଗହଣା, ପ୍ରାୟ ୫ ଶହ ଗ୍ରାମ ଓଜନର ରୂପା ଗହଣା ସମେତ ମୂଲ୍ୟବାନ ପାଟଶାଢ଼ୀ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗାଁ ର ବ୍ୟବସାୟୀ କାଶୀନାଥ ପତି ରବିବାର ସପରିବାର ରାତ୍ରି ଭୋଜନ ସାରି ଶୋଇଥିବା ବେଳେ ଘର ବାରିପଟ କବାଟ ତାଡି ଦୁର୍ବୃତ୍ତ ମାନେ ଘରେ ପଶି କାଠ ଆଲମିରା ଭାଙ୍ଗି ସେଥିରେ ଥିବା ଟଙ୍କା,ଗହଣା ଓ୭ ମୂଲ୍ୟବାନ ଶାଢ଼ୀ ଲୁଟି ନେଇଥିବା ଜଣାପଡିଛି।ସୋମବାର ସକାଳେ କାଶୀନାଥ ଙ୍କ ପୁଅ କୃତିବାସ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେବାପରେ ଆଇ ଆଇ ସି ବସନ୍ତ କୁମାର ସେଠୀ ଥାନା ମାମଲା ନଂ. ୧୫୦/୨୦ ଦଫା – ୪୫୭/୩୮୦ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ, ଆଇଆଇସି ବସନ୍ତ କୁମାର ସେଠୀ ସଦଳବଳେ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନି କୁକୁର ସହ ଘଟଣା ସ୍ଥଳରେ ପହଞ୍ଚି ଚୋରି ସମ୍ପର୍କ ରେ ସବିଶେଷ ଅନୁଧ୍ୟାନ କରି ଫେରିଛନ୍ତି। ତଦନ୍ତକାରୀ ପୋଲିସ ଅଧିକାରୀ ଏସ ଆଇ ମାଧବ ଚନ୍ଦ୍ର ଟା କରି ଙ୍କ ସୂଚନାନୁସାରେ ରବିବାର ରାତିରେ କାଶୀନାଥ ଘରର ପ୍ରଥମ ବଖରାରେ ଶୋଇଥିବା ତାଙ୍କ ସ୍ତ୍ରୀ ଅନ୍ୟଏକ ବଖରା ରେ ଶୋଇଥିଲେ। ପୁଅ ବୋହୁ ନାତୁଣୀ ଘର ଉପରମହଲା ରେ ଶୋଇଥିଲେ। ରାତି ପ୍ରାୟ ୨ ଟା ରେ କୃତିବାସ ଶୌଚ ପାଇଁ ନିଦରୁ ଉଠି ତଳ ଘର ପାଇଖାନା କୁ ଯିବା ବେଳେ ଦୁଇଜଣ ଦୁର୍ବୃତ୍ତ ଘର ଭିତରୁ ବାରିପଟ କୁ ଦୋୖଡି ଯିବା ସେ ଦେଖିଥିଲେ। ସେ ପାଟି କରିବାରୁ ସାହି ପଡୋଶୀ ନିଦରୁ ଉଠି ଦୁର୍ବୃତ୍ତ ମାନଙ୍କୁ ଗୋଡ଼ାଇଥିଲେ ମଧ୍ୟ ଅନ୍ଧାର ରାତିର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ବିଲମାଳ ରାସ୍ତାରେ ଫେରାର ହୋଇଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ନିଜ ଘର ଭିତରେ ବାପ,ପୁଅ ଗ୍ରୋସରି ଦୋକାନ କରିବା ସହ ଧାନ ଚାଉଳ ବ୍ୟବସାୟ କରୁଛନ୍ତି।କରୋନା ଶଟ ଡାଉନ୍ କଟକଣା ଯୋଗୁଁ ବ୍ୟାଙ୍କ ବନ୍ଦ ରହିଥିବାରୁ ବ୍ୟବସାୟ ରୁ ବିକ୍ରି ଲବ୍ଧ ଟଙ୍କା ସମେତ ତାଙ୍କର ଜଣେ ସମ୍ପର୍କୀୟ ଅନ୍ୟାନ୍ୟ ବ୍ୟବସାୟୀ ମାନଙ୍କୁ ବକେୟା ବାବଦ ଟଙ୍କା ପରିଶୋଧ କରିବାକୁ ଦେଇଥିବା ପ୍ରାୟ ଦେଢ଼ ଲକ୍ଷ ଟଙ୍କା ସେ ଘରେ ଥିବା ଆଲମିରା ରେ ରଖିଥିଲେ ବୋଲି କୃତିବାସ ପୋଲିସ କୁ କହିଛନ୍ତି।

Related posts

ଗଣେଷ ଭସାଣିକୁ ନେଇ ହତ୍ୟାକାଣ୍ଡ

mahabharatanews

ଅନଲାଇନ୍ ସପିଂ ସାଇଟରୁ ୫୫,୦୦୦ ଟଙ୍କିଆ ଫୋନ୍ ମଗାଇଥିଲେ, ଆସିଲା ଚା’ କପ୍

mahabharatanews

ଟଙ୍କା ମାଗିବାରୁ ପାନ ଦୋକାନୀକୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କଲେ ଦୁର୍ବୁତ୍ତ

mahabharatanews