ଅପରାଧଓଡିଶା

ଯୌତୁକ ପାଇଁ ବଧୂ ହତ୍ୟା: ସ୍ୱାମୀ ଓ ଶାଶୁ ଗିରଫ

ସୂର୍ୟ୍ୟକାନ୍ତ ବେହେରା/ ମାଲକାନଗିରି: ଯୌତୁକ ପାଇଁ ନିଜ ସ୍ତ୍ରୀକୁ ପୋଡି ହତ୍ୟା କରିବା ଅଭିଯୋଗରେ ସ୍ୱାମୀ ଓ ଶାଶୁଙ୍କୁ ଆଜି ଓରକେଲ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ପୁଲିସ ଫାଣ୍ଡି ନିକଟସ୍ଥ ବସ୍ତିରେ ଗତ ୨୭ ତାରିଖ ଭୋରରୁ ଗାଧୁଆ ଘରୁ ଜଣେ ବିବାହିତା ମହିଳାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା ।

ଏହାକୁ ମହିଳାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ମହିଳାଙ୍କ ଶାଶୁଘର ଲୋକେ ଆତ୍ମହତ୍ୟା ବୋଲି ସଫେଇ ଦେଇଥିଲେ । ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ତଦନ୍ତ କାରି ଟିମଗଠନ କରାଯାଇଥିଲା । ଘଟଣାର ଗୁମ୍ମା ପୁଲିସ ଫାଣ୍ଡି, ଓରକେଲ ଥାନା ପୁଲିସ ସାଇଟିଂଫିକ ଟିମ ମଗାଇ ଭଲ ଭାବରେ ତଦନ୍ତ କରି ମହିଳାଙ୍କ ମୃତ୍ୟୁ ରହସ୍ୟର ପର୍ଦାଫାସ କରିଛନ୍ତି । କୁଡୁମୁଲୁଗୁମ୍ମା ଗ୍ରାମର ଗୋବିନ୍ଦ ମହାରଣାଙ୍କ ପତ୍ନୀ ମିନତି ମହାରଣାଙ୍କର ଅର୍ଦ୍ଧଦଗ୍ଧ ଅବସ୍ଥାରେ ଗାଧୁଆଘରୁ ମୃତଶରୀର ଗତ ୨୭ତାରିଖ ଭୋରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣା ସଂପର୍କରେ ପୁଲିସ ଜାଣିବା ପରେ କୁଡୁମୁଲୁଗୁମ୍ମା ପୁଲିସ ଫାଣ୍ଡି ସବଇନିସପେକ୍ଟର ଓ ପୁଲିସ ସଦଳବଳ ଘଟଣାସ୍ଥାଲରେ ପହଁଚି ଶବ ଜବତ କରି ଦତନ୍ତ ଆରମ୍ଭ କରିଥିଲେ । ମହିଳାଙ୍କ ବାପା ଘର ଅଭିଯୋଗ କ୍ରମେ ଏହାର ଅଧିକ ତଦନ୍ତ ପାଇଁ କୋରାପୁଟ ଠାରୁ ପୁଲିସ କୁକୁର ଓ ସାଇଟିଂଫିକ ଟିମକୁ ମଗାଯାଇଥିଲା । ମହିଳାଙ୍କୁ ଅଧିକ ଯୌତୁକ ବାପଘରୁ ଆଣିବା ପାଇଁ ବାରମ୍ବାର ନିର୍ୟାତନା ଦେବା ସହ ଗତ ୨୬ତାରିଖ ରାତ୍ରରେ ଭୋଜନ ପରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଯୌତୁକ ନେଇ ଝଗଡା ଲାଗିଥିଲା । ସ୍ୱାମୀ ଗୋବିନ୍ଦ ରାଗି ଯାଇ ନିଜ ପତ୍ନୀଙ୍କୁ ଏକ ଆଳୁକଟା ଛୁରିରେ ବାରମ୍ବାର ଆଘାତ କରିବା ପରେ ତାଙ୍କ ମାଙ୍କ ସହିତ ମିଶି ଗାଧୁଆ ଘରକୁ ନେଇ ସେଠାରେ ପେଟ୍ରୋଲ ଢାଳି ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁ ପୋଡି ହତ୍ୟା କରିଥିବା ପୁଲିସ ତଦନ୍ତରୁ ଜଣାପଡିଛି। ଯୌତୁକ ନିର୍ଯାତନା ଦଫାରେ ମହିଳାଙ୍କ ସ୍ୱାମୀ ଗୋବିନ୍ଦ ମହାରଣା ଓ ଶାଶୁ ଲକ୍ଷ୍ମୀ ମହାରଣାଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିବା ସହିତ ଯୌତୁକ ସାମଗ୍ରୀ ଜବତ କରିଛନ୍ତି।

Related posts

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…

mahabharatanews

 ଶପଥ ଗ୍ରହଣ କଲେ ଓଡ଼ିଶାର ନୂଆ ରାଜ୍ୟପାଳ 

mahabharatanews

କୋଭିଡ ଗାଇଡଲାଇନମାନି ନୂଆଖାଇ ପାଳିବାକୁ ଏସଆରସିଙ୍କ ନିର୍ଦ୍ଦେଶ

mahabharatanews