ଓଡିଶା

ବାଲିପଦର ଗାଁକୁ ସାନିଟାଇଜ କଲେ ଯୁବକ ସଂଘ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜି୍ଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ବୁଗୁଡା ବ୍ଲକ ବାଲିପଦର ଗ୍ରାମରେ କରୋନା ପଜିଟିଭ ସଂଖ୍ୟା ବଢିବା ସହ ଏଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ସ୍ଥାନୀୟ ଯୁବକ ସଂଘ ଏଠାରୁ କରୋନା ହଟାଇବା ପାଇଁ ଅଣ୍ଟା ଭିଡିଥିବା ଦେଖା ଦେଇଛି। ଗୁରୁବାର ଦିନ ହାଦୁବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ଯୁବକ ସଙ୍ଘ ପକ୍ଷରୁ ବାଲିପଦର ଗାଁର ମୁଖ୍ୟ ସଡକ, ସରକାରୀ କାର୍ୟ୍ୟାଳୟ ସମେତ ପ୍ରତ୍ୟେକ ସାହିକୁ ସାନିଟାଇଜ କରାଯାଇଛି । ଗୋଟିଏ ଟ୍ରାକ୍ଟରରେ ଦୁଇଟି ବିଶୋଧନ ପାଣି ରଖି ମୋଟର ଦ୍ୱାରା ସାନିଟାଇଜ କରାଯାଇଥିବା ଦେଖିବାକୁ ମିଳିଛି । ଏଥିସହ କୋଭିଡ ନିୟମକୁ ସମସ୍ତେ ମାନିବା ପାଇଁ ଅନୁରୋଧ କରି ଯୁବଗୋଷ୍ଠୀ ଜନସଚେତନତା ସୃଷ୍ଟି କରିଛନ୍ତି। ଯୁବକ ସଂଘର ଏହି କାର୍ୟ୍ୟକ୍ରମରେ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ, ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା, ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା, ବିଶ୍ଵକର୍ମା ସମାଜ ସାଧାରଣ ସମ୍ପାଦକ ରତ୍ନାକର ମହାରଣା, କୈଳାଶ ପ୍ରଧାନ, ସନ୍ତୋଷ ସେଠୀ, ଯୋଗୀ ବାଡ଼ତ୍ୟା, କାହ୍ନୁ ଚରଣ ବାଡତ୍ୟା ପ୍ରମୁଖ ଉପସ୍ଥିତ ରହି ଯୁବ ସମାଜକୁ ସହଯୋଗ କରିଥିଲେ ।

Related posts

ଓଡ଼ିଶାରେ ରାଷ୍ଟପତି 

mahabharatanews

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଓଡ଼ିଆ ଯବାନଙ୍କ ହେବ ଶେଷକୃତ୍ୟ 

mahabharatanews

୨୨ ଲକ୍ଷ ଟଙ୍କାରେ ୩୧ କ୍ୱିଣ୍ଟାଲର ଲଡ଼ୁ

mahabharatanews