(ହିଞ୍ଜିଳି/ରଜନୀକାନ୍ତତ ପାତ୍ର):କିଲର ଭାଇରସ କବଜାରେ ଗଞ୍ଜାମ ଜିଲ୍ଲା। ସଂକ୍ରମଣକୁ ପ୍ରତିହତ କରି କରୋନାର ଚେନ ଭାଙ୍ଗିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଲକ୍ ଡାଉନ୍ ଓ ସଟ୍ ଡାଉନ କଟକଣା ନୀତିକୁ ଗ୍ରହଣ କରାଯାଇଛି।କାହାପାଇଁ କେମିତି ପାଲଟିଛି କରୋନା କଟକଣା।କିଏ କରୋନାକୁ ଡରି ଘରେ ସରକାରୀ ନିୟମ ମାନି ଘରେ ରହୁଛି ତ ଆଉ କିଏ ନିଜ ପେଟ ପାଟଣା ପାଇଁ ସରକାରୀ କଟକଣା ମାନି ବାହାରକୁ ନିଜ ଜିବୀକା ବଞ୍ଚାଇ ପେଟକୁ ଦୁଇମୁଠା ଖାଦ୍ୟ ସଂଗ୍ରହ ପାଇଁ ଯାଉଛି।ଚାରିଆଡେ ହାହାକାର ମଧ୍ୟରେ ମଣିଷ ବଞ୍ଚିବାର ରାହା ଖୋଜୁଛି।ସ୍ଥାନୀୟ ହିଞ୍ଜିଳିକାଟୁ ଅଞ୍ଚଳରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ। ପ୍ରଥମେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଗଲା ଏହା ଉଠିବା ପୂର୍ବରୁ ପୁଣି ସମ୍ପୂର୍ଣ ସହର ସଟ୍ ଡାଉନ୍ ଘୋଷଣା କରାଯାଇଛି। ନୂଆ ନିୟମ ଅନୁସାରେ ଆସନ୍ତା କାଲି ଠାରୁ ଜୁଲାଇ ୨୦ ତାରିଖ ପର୍ୟ୍ୟନ୍ତ ପୁଣି ହିଞ୍ଜିଳିକାଟୁ ସମ୍ପୂର୍ଣ ସଟ୍ ଡାଉନ୍ କଟକଣା ମଧ୍ୟରେ ରହିବ। ମେଡ଼ିସିନ୍ ଷ୍ଟୋରକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ପୌର ପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟ ପ୍ରଚାର କରାଯାଇଛି। ପୌରଅଞ୍ଚଳ ରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ସାଙ୍ଗ କୁ ଅନେକ ବ୍ୟକ୍ତିଙ୍କ ପାଖ ରେ ଲକ୍ଷଣ ପ୍ରକାଶ ପାଉଥିବା ବେଳେ ସ୍ଥାନୀୟ ଅଞ୍ଚଳ ରେ ବହୁ ସଂଖ୍ୟା ରେ ସ୍ୱାବ ଟେଷ୍ଟ କରିବା ଆବଶ୍ୟକ ରହିଛି। ସଟ୍ ଡାଉନ୍ ଯୋଗୁଁ ଦୋକାନ ବଜାର ବନ୍ଦ ରହିବା ଫଳ ରେ ଅନେକ ବ୍ୟବସାୟୀ ନିଜ ପରିବାର ଏବେ ଚଳାଇବା କଷ୍ଟ ହେଲାଣି ବୋଲି ଦୁଃଖ ପ୍ରକାଶ କରିଛନ୍ତି। ଜୁନ ୨୮ ମଧ୍ୟରାତ୍ରୀରୁ ହିଞ୍ଜିଳିକାଟୁ ପୌରଞ୍ଚଳ କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ସେହି ଦିନ ଠାରୁ ଦୀର୍ଘ ୨୨ଦିନ ଧରି ସମ୍ପୂର୍ଣ ସହର କଣ୍ଟେନ ମେଣ୍ଟ ଜୋନ୍ ସଟ୍ ଡାଉନ୍ କଟକଣା ରେ ରହିବ ଏହା ସ୍ବାଗତ ଯୋଗ୍ୟ। ଏହା ମଧ୍ୟରେ ଜୀବନ ଜୀବିକା ବନ୍ଧା ପଡ଼ିଲାଣି। ସହର ରେ ଅଧିକରୁ ଅଧିକ ସ୍ବାସ୍ଥ୍ୟ ପରୀକ୍ଷା ଆବଶ୍ୟକ ରହିଥିବା ବେଳେ ଖାଲି ଥର୍ମାସ୍କେନି ରେ ତାପମାତ୍ରା ପରୀକ୍ଷା କରି କାମ ସାରିଦେଉ ଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତି ଆଗକୁ ଲାଗି ରହିଲେ କେତେ କଟକଣା ନୀତି ଆପଣାଇଲେ ମଧ୍ୟ ସହରରେ ତିଳେମାତ୍ର ସଂକ୍ରମିତ ସଂଖ୍ୟା କମିବ ନାହିଁ ବୋଲି ସଚେତନ ନାଗରିକ ମାନେ ମତ ଦେଇଛନ୍ତି। ତେଣୁ ଘରେ ଘରେ ସଠିକ୍ ସ୍ବାସ୍ଥ୍ୟ ଯାଞ୍ଚ୍ କରି ଲକ୍ଷଣ ଥିବା ବ୍ୟକ୍ତି କରୋନା ଟେଷ୍ଟ କରିବା ଆବଶ୍ୟକ ରହିଛି।
previous post
