ଓଡିଶା

ଖୋଲିଲା ହୀରାକୁଦ ଗେଟ୍

ସମ୍ବଲପୁର: ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ । ୭ନଂ ସ୍ଲୁଇସ୍‌ ଗେଟ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଛି । ପ୍ରଥମ ପର୍ଯ୍ୟାୟରେ ଖୋଲିଲା ୭ଟି ଗେଟ୍ । ମୋଟ ୩ଟି ପର୍ଯ୍ୟାୟରେ ଖୋଲିବ ହୀରାକୁଦର ୨୦ଟି ଗେଟ୍‌ । ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଘନଫୁଟ ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ୬୧୬.୯୩ ଘନଫୁଟ ଜଳ ରହିଛି। ଜଳଭଣ୍ଡାରକୁ ପ୍ରବେଶ କରୁଛି୩ ଲକ୍ଷ ୧୬ ହଜାର ୬୦୦ ଘନଫୁଟ ବନ୍ୟାଜଳ । ନିଷ୍କାସିତ ହେଉଛି ୪୦ ହଜାର ୧୨୬ ଘନଫୁଟ ବନ୍ୟାଜଳ । ମୁଣ୍ଡଳିକୁ ଆସନ୍ତା ୩୬ ଘଣ୍ଟା ପରେ ପହଞ୍ଚିବ ବନ୍ୟା ଜଳ । ଏନେଇ ରାଜ୍ୟର ୧୩ଟି ଜ଼ିଲ୍ଲାର ଜ଼ିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି। ତେବେ ଏହି ସମୟ ମଧ୍ୟରେ କୌଣସି ମସ୍ୟଜୀବୀ କିମ୍ବା କୌଣସି ବ୍ୟକ୍ତି ନଦୀ ମଧ୍ୟକୁ ପ୍ରବେଶ ନ କରିବେ ସେ ନେଇ ସତର୍କ ସୂଚନା ଜାରି ହୋଇଛି।

 

Related posts

କଣିହାଁ ବନାଞ୍ଚଳରୁ ଲକ୍ଷଲକ୍ଷ ଟଙ୍କାର ଶାଳ ଗଛ ଚୋରି, ବନ ବିଭାଗ କର୍ମଚାରୀଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ

mahabharatanews

ନୂତନ ଏସପିଙ୍କ ଥାନା ପରିଦର୍ଶନ

mahabharatanews

ବାଣ ବିକ୍ରି ଉପରେ ରୋକ ଲଗାଇଲେ ସରକାର

mahabharatanews