ଓଡିଶା

ସାଧାରାଣ ଲୋକଙ୍କୁ ଭେଟିବା ସହ ସାଧାରାଣ ଗ୍ରାମୀଣ ବୈଠକରେ ଯୋଗଦେଇଛନ୍ତି ସାଂସଦ

କେନ୍ଦ୍ରାପଡା ସଂସଦ ଶ୍ରୀ ବୈଜୟନ୍ତ ପଣ୍ଡା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଇ ସାଧାରାଣ ଲୋକଙ୍କୁ ଭେଟିବା ସହ ସାଧାରାଣ ଗ୍ରାମୀଣ ବୈଠକରେ ଯୋଗଦେଇଛନ୍ତି। ପ୍ରଥମେ ସେ ମାହାଙ୍ଗା କୁଅଁପାଳ ବସଷ୍ଟାଣ୍ଡରେ ବିଜେପି ନେତା ସୁମନ୍ତ ଘଡେଇଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇ ବସଷ୍ଟାଣ୍ଡ ସଫା କରିବା ପରେ ସେଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବା ସହ ବରିଷ୍ଠ ବ୍ୟକ୍ତିତ୍ୱଙ୍କୁ ଭେଟିଥିଲେ। ପରେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନଙ୍କ ନେତୃତ୍ୱରେ ନିଶ୍ଚିନ୍ତକୋଇଲି ଓରତି ଠାରେ ମେଗା ପାନୀୟଜଳ ପ୍ରକଳ୍ପର ସମୀକ୍ଷା କରିବା ପରେ ପୁଵଂଶ ଠାରେ ଲୁଣା ନଦୀ ପୋଲର କାର୍ଯ୍ୟ ସମୀକ୍ଷା କରିଥିଲେ। ସେଠାରୁ ଇଟାମୁଣ୍ଡୁଲି ଠାରେ ଗ୍ରାମ୍ୟ ଉନ୍ନୟନ ରାସ୍ତା ଶୁଭ ଶିଳାନ୍ୟାସ କରିବା ସହ ବିସମପଡା, ପଲ୍ଲିସହି, ଏରକଣା, ଓଳକଣା, ରଘୁନାଥ ନଗର ଗାଁ ବୁଲି ବୁଦ୍ଧିଜୀବୀ ମାନଙ୍କୁ ଦମ୍ମାନୀତ କରିବା ସହ କର୍ମବୀର ଗୌରୀଶଙ୍କର ରାୟ ଓ ଅଦିନାଟ୍ୟକାର ଜଗନମୋହନ ଲାଲଙ୍କ ବାସସ୍ଥାନ ବୁଲି ଦେଖିଥିଲେ। ଏହା ସହ ଅନସୁଚିତ ଜାତି ଓ ଜନଜାତିର ନେତୃତ୍ୱମାନଙ୍କ ସହ ଆଲୋଚନା ବୈଠକ କରିଥିଲେ। ଏହି ସବୁ କାର୍ଯ୍ୟକ୍ରମ ରର ବିଧାୟକ ଶାରଦା ପ୍ରଧାନଙ୍କ ସହ ଜିଲ୍ଲା ସଭାପତି ରାମ ନାରାୟଣ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ।

Related posts

ଆଜି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

mahabharatanews

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି।

mahabharatanews

ବିଜେପି ବରିଷ୍ଠ ନେତା ବିଜୟ ପ୍ରଧାନଙ୍କ ପରଲୋକ

mahabharatanews