ଓଡିଶା

ଉଛୁଳୁଛି ହୀରାକୁଦ; ଖୋଲିଲା ଆଉ ୩ଟି ଗେଟ 

(ହୀରାକୁଦ) : ହୀରାକୁଦ୍ ଖୋଲିଛି ଆଉ ତିନୋଟି ଗେଟ୍ । ଏହା ପରେ ମୋଟ ୮ଟି ଗେଟ୍ ଦେଇ ବନ୍ୟାଜଳ ନିସ୍କାସିତ ହେଉଛି । ବାମ ପଟର ୬ ଟି ଏବଂ ଦକ୍ଷିଣ ପଟର ୨ଟି ଗେଟ୍ ଦେଇ ଜଳଭଣ୍ଡାରରୁ ବାହାରୁଛି ବନ୍ୟାଜଳ । ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢୁଛି । ଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା ବଢ଼ିବାରେ ଲାଗିଛି । ଜଳସ୍ତର ବଢୁଥିବାରୁ ଆଉ ୩ଟି ଗେଟ୍ ଖୋଲାଯାଇଛି । ଏହା ବାଦ୍ ୮ଟି ଗେଟ୍ ଦେଇ ୧ ଲକ୍ଷ ୬୨ ହଜାର ୭୩୮ଘନଫୁଟ ଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ଡ୍ୟାମର ଜଳସ୍ତର ରହିଛି ୬୨୪.୩ ଫୁଟ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦରୁ ନିଷ୍କାସନ ପରେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି ।

ପାଣିପାଗ ବିଭାଗ ଆକଳନ ଅନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସଗାରରେ ସୃଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହାର ପ୍ରଭାବରେ ୨୫ ତାରିଖ ବେଳକୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ଆଉ ୩ ଟି ସ୍ଲୁଇସ ଗେଟ ଖୋଲିବା ପାଇଁ ନିଷ୍ପତି ନିଆଯାଇଥିଲା । ଗତକାଲି(ରବିବାର) ଦିନ ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ଗତକାଲି ୫ଟି ଗେଟ୍ ଖୋଲାଯାଇଥିଲା । ଆଜି ଆଉ ୩ଟି ଗେଟ୍ ଖୋଲାଯିବା ପରେ ମୋଟ୍ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି ।

Related posts

ଆଜି ୩ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

mahabharatanews

ଭିତରକନିକା ପକ୍ଷୀ ଗଣନା ଆରମ୍ଭ

mahabharatanews

କୋଲୱାସରୀ ବଦଳରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଗଣ ବିକ୍ଷୋଭ

mahabharatanews