ଭୁବନେଶ୍ୱର : କାର୍ ଧକ୍କାରେ CISF ଏଏସଆଇ ଙ୍କ ମୃତ୍ୟୁ । ଧକ୍କା ଦେଇଥିବା କାର୍ ଚାଳକକୁ ବାନ୍ଧିଲା ପୋଲିସ୍ । ଗତକାଲି ରାତିରେ ଭୁବନେଶ୍ୱର ଏୟାରପୋର୍ଟକୁ ଡ୍ୟୁଟିରେ ଯିବା ବାଟରେ, କାରଗିଲ ବସ୍ତି ନିକଟରେ CISF ଏଏସଆଇ ନିରଞ୍ଜନ ପ୍ରଧାନଙ୍କୁ ଧକ୍କା ଦେଇଥିଲା ଏକ କାର୍। ନିଶାସକ୍ତ ଅବସ୍ଥାରେ କାର୍ ଡ୍ରାଇଭର ଜଣକ ନିରଞ୍ନକୁ ଧକ୍କା ଦେଇ ବେପରୁଆ ଭାବେ ସେଠାରୁ ଚାଲିଯାଇଥିଲା । ଫଳରେ ତାଙ୍କ ମୁଣ୍ଡ ଓ ବେକରେ ଶକ୍ତ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକ ଦେଖି ତାଙ୍କୁ ତୁରନ୍ତ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ନିରଞ୍ଜନଙ୍କ ମୃତ୍ୟୁ ହୋଇଛି।
ଅନ୍ୟପଟେ, ଏହି ଘଟଣାରେ ତଦନ୍ତ କରୁଥିବା ଏୟାରପୋର୍ଟ ଥାନା ପୋଲିସ୍ ଅଭିଯୁକ୍ତ କାର ଡ୍ରାଇଭରକୁ ଗିରଫ କରିଛି । ଫେରାର ଥିବା କାର ଡ୍ରାଇଭରକୁ ସ୍ଥାନୀୟ ଲୋକେ ପଳାସପଲି ବ୍ରିଜ ନିକଟରେ କାବୁ କରିଥିଲେ । ପୋଲିସ ସେଠାରୁ ତାଙ୍କୁ ଗିରଫ କରି ଭାରତୀୟ ନ୍ୟାୟ ସଂହିତା ଆଇନ ଅନୁସାରେ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତର ନାଁ ହେଉଛି ଶୋଭନ ମହାପାତ୍ର ।ଏହାସହ ଦୁର୍ଘଟଣା ଘଟାଇଥିବା ଗାଡି OD୦୨୦୯୪୯ କାର ଜବତ କରିଛି ପୋଲିସ ।
previous post
next post
