ଓଡିଶା

ହକି ବିଶ୍ଵକପ: ପ୍ରତି ୱlର୍ଡରେ ହେବ ପଦଯାତ୍ରା

ଭୁବନେଶ୍ୱର : ହକି ବିଶ୍ଵକପକୁ ନେଇ ରାଜ୍ୟ ସରକାରଙ୍କ ସମେତ ରାଜ୍ୟବାସୀ ଉତ୍ସାହିତ ଅଛନ୍ତି । ରାଜ୍ୟ ରାଜଧାନୀ ଭୁବନେଶ୍ଵରକୁ ବିଭିନ୍ନ ଦେଶରୁ ଖେଳାଳି ଆସିବା ସହ ବିଭିନ୍ନ ଟିମର ଖେଳାଳି ଏଠାରେ ରହିବେ। ଏହା ସହ ଭୁବନେଶ୍ବର ଠାରେ ଥିବା କଳିଙ୍ଗ ଷ୍ଟାଡିୟମ୍ରେ ହକି ମ୍ୟାଚ୍ ହେବାକୁ ଯାଉଛି। ଏଥିପାଇଁ ବିଏମସି ପକ୍ଷରୁ ଭୁବନେଶ୍ୱର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବାପାଇଁ ବିଭିନ୍ନ ପଦେକ୍ଷପ ନିଆଯାଉଛି। ରାଜଧାନୀକୁ ଅଧିକ ଉତ୍ସବ ମୁଖର କରିବା ପାଇଁ ବିଭିନ୍ନ ଯୋଜନା କରାଯାଉଛି। ଆସନ୍ତା କାଲି ସକାଳେ ସମସ୍ତ 67ଟି ୱାର୍ଡରେ ପଦଯାତ୍ରା ବା ୱାକାଥନ ହେବାକୁ ଯାଉଛି। ସକାଳ 7ଟା ଠାରୁ 9ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ହେବ । ପ୍ରତି ୱାର୍ଡରେ କର୍ପୋରେଟରଙ୍କ ନେତୃତ୍ୱରେ 5ଶହ ମିଟରରୁ 1କିଲୋମିଟର ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ପୂର୍ବରୁ ବିଏମସିର 3ଟି ଯୋନରେ ପୃଥକ ପୃଥକ ସାଇକ୍ଲୋଥନର ସଫଳ ଆୟୋଜନ କରାଯାଇଥିଲା। ଏହି ବିଶ୍ୱକପ ହକିର ସଫଳ ଆୟୋଜନ ପାଇଁ ବିଏମସି ଟିମ ଦିନ ରାତି ଏକ କରି ଦେଇଛି ।

Related posts

ଆଜି ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ

mahabharatanews

ଲୋୟର୍ ପିଏମଜିରେ ଅଙ୍ଗନବାଡି କର୍ମୀ

mahabharatanews

ଶ୍ରୀ ଲୋକନାଥଙ୍କର ଆଜି ପଦ୍ମବେଶ

mahabharatanews