Uncategorized

ନୀଜ ସ୍ତ୍ରୀକୁ ମାରି ନିଜେ ଟଳିଲେ

ଫିରୋଜପୁର : ପଞ୍ଜାବର ଫିରୋଜପୁରରେ ଅବସ୍ଥାପିତ ଭାରତୀୟ ସେନାର ଜଣେ ଲେଫ୍ଟନାଣ୍ଟ୍ କର୍ଣ୍ଣେଲ୍ ରବିବାର ରାତିରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ନିଜେ ଗୁଳିରେ ଆତ୍ମହତ୍ୟା କରିଥିବା କଥା ସେନାସୂତ୍ରରୁ ଜଣାପଡ଼ିଛି। ସ୍ତ୍ରୀଙ୍କୁ ହତ୍ୟା କରିଥିବା କଥା ଭାରତୀୟ ସେନାର ଉକ୍ତ ଅଧିକାରୀଜଣକ ଲେଖି ଯାଇଥିବା ‘ସୁସାଇଡ୍ ନୋଟ୍’ରେ ସ୍ବୀକାର କରିଛନ୍ତି ବୋଲି ଉପରୋକ୍ତସୂତ୍ର ସୂଚନା ଦେଇଛି। ‘ସୁସାଇଡ୍ ନୋଟ୍’ଟି ଲେଫ୍ଟନାଣ୍ଟ୍ କର୍ଣ୍ଣେଲ୍ଙ୍କ ଶବ ନିକଟରୁ ମିଳିଛି ବୋଲି ସେନା ଅଧିକାରୀମାନେ କହିଛନ୍ତି । ସେନା ଅଧିକାରୀ ତଥା ଲେଫ୍ଟନାଣ୍ଟ୍ କର୍ଣ୍ଣେଲଙ୍କ ବାସଭବନରୁ ହିଁ ତାଙ୍କର ଓ ସ୍ତ୍ରୀଙ୍କ ଶବ ଉଦ୍ଧାର କରାଯାଇଛି। ସେନା ଓ ପଞ୍ଜାବ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ଚଣ୍ଡିଗଡ ହାଇକୋର୍ଟର ବିଜାରପତି ଭାବେ ଶପଥ ନେଲେ ମୁରଲିଧର

mahabharatanews

ବାୟୁସେନାରୁ ଅବସର ନେଲା ମିଗ୍-୨୭

mahabharatanews

ଆସାମ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ୬୪୪ ସନ୍ତ୍ରାସବାଦୀଙ୍କ ଆତ୍ମସମର୍ପଣ

mahabharatanews