ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ପବିତ୍ର ପଞ୍ଚୁକ । ଏହି ଅବସରରେ ଗାଁ ଠାରୁ ସହର ଚଳଚଞ୍ଚଳ । ଓଡିଆ କ୍ୟାଲେଣ୍ଡର ଅନୁଯାୟୀ, କାତ୍ତିକ ମାସକୁ ସବୁଠାରୁ ଶୁଭ ସମୟ ବୋଲି କୁହାଯାଏ । କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ କରି କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ମାସକୁ କୃଷ୍ଣ ମାସ ବା ଦାମୋଦର ମାସ ବୋଲି କୁହାଯାଏ । ବିଶେଷ ଏହି ମାସରେ ହବିସ୍ୟାଳିମାନେ ରୀତିନୀତିରେ ପାଳନ କରନ୍ତି । ଏହା ସହ ପଞ୍ଚୁକ ପାଞ୍ଚ ଦିନ ମହିଳାମାନେ ସକାଳୁ ଉଠି ସ୍ନାନ ସାରି ବୃନ୍ଦାବତିଙ୍କ ପାଖରେ ମୁରୁଜ ପକାଇଥାନ୍ତି । ଯେଉଁ ବ୍ରତଧାରୀ ମାନେ କାର୍ତ୍ତିକ ବ୍ରତ ପାଳନ କରିନଥାନ୍ତି; ସେମାନେ ଏହି ପଞ୍ଚୁକ ପାଞ୍ଜଦିନ କାର୍ତ୍ତିକ ବ୍ରତ ପାଳନ କରି ସମାନ ପୂର୍ଣ୍ଣ ଅର୍ଜନ କରିଥାନ୍ତି ହୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ।
ତେବେ ଏହି ଅବସରରେ ଆଜି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମଧ୍ୟ ବିଶେଷ ନୀତିକାନ୍ତି ହେଉଥିବା ବେଳେ ପ୍ରଭୁଙ୍କ ଦର୍ଶନ ଲାଗି ଭକ୍ତଙ୍କର ଭିଡ ଲାଗିରହିଛି ।ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜିଉ ଲକ୍ଷ୍ମୀ ନାରାୟଣ ବେଶ ହୋଇଛନ୍ତି । ଓଡିଆ ପରମ୍ପରା-ରିତୀନୀତି ଅନୁଯାୟୀ; ଯଦି ଏହି ମାସରେ ଭକ୍ତ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରନ୍ତି । ତେବେ ସେ ଅନେକ ପୂଣ୍ୟ ଅର୍ଜନ କରିଥାନ୍ତି । ସେଥିପାଇଁ କାର୍ତ୍ତିକ ମାସରେ ପ୍ରଭୁଙ୍କ ଦର୍ଶନ ପାଇଁ ବେଶ୍ ଭିଡ ଲାଗି ରହିଥାଏ ।