ଓଡିଶା

ଇତିହାସ ହୋଇଗଲା କଟକର ସର୍ବ ପୁରାତନ ପାଠାଗାର

ଭୁବନେଶ୍ବର: କଟକର ସର୍ବପୁରାତନ ପାଠାଗାର ବିଶ୍ଵନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀ ହୋଇଗଲା ଇତିହାସ । ବିଶ୍ୱସ୍ତରୀୟ ଖାନନଗର ବସଷ୍ଟାଣ୍ଡ ନିର୍ମାଣ ପାଇଁ ଏହି ସର୍ବପୁରାତନ ପାଠାଗାରକୁ ମାଟିରେ ମିଶାଇ ଦିଆଗଲା । ପାଠାଗାରର ପୁସ୍ତକ ଓ ଅନ୍ୟାନ୍ୟ ଆସବାବପତ୍ରକୁ ସିଡିଏରେ ଥିବା ଜୁଡିସିଆଲ୍ ଏକାଡେମୀ ପରିସରକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଚାଲିବ ଅସ୍ଥାୟୀ ପାଠାଗାର।
ଖାନନଗରରେ ନିର୍ମାଣ ହେଉଛି ନେତାଜୀ ବସ ଟର୍ମିନାଲ। ଏହି ଟର୍ମିନାଲ ପାଇଁ ଆବଶ୍ୟକ ହେଉଛି ୨୦ ଏକର ଜାଗା। ସେଥିପାଇଁ ସରକାର ଅନ୍ୟାନ୍ୟ ନିର୍ମାଣ ସହ ଏହି ସର୍ବ ପୁରାତନ ପାଠାଗାର ଭାଙ୍ଗିଦେଇଛନ୍ତି । । ପାଠାଗାରର ସମସ୍ତ ପୁସ୍ତକ ଓ ଆସବାବପତ୍ରକୁ ସିଡିଏରେ ଥିବା ଜୁଡିସିଆଲ୍ ଏକାଡେମୀ ପରିସରକୁ ସ୍ଥାନାନ୍ତରିତ କରାଯାଇଛି। ହେଲେ ଅସ୍ଥାୟୀ ପାଠାଗାରରେ ବସି ପଢିବା ପାଇଁ ପର୍ୟ୍ୟାପ୍ତ ବ୍ୟବସ୍ଥା ନାହିଁ। ପିଇବା ପାଣି ସହ ଅନ୍ୟାନ ମୌଳିକ ସୁବିଧା ମଧ୍ୟ ନାହିଁ। ଏହାକୁ ନେଇ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Related posts

ଅସହ୍ୟ ତାତି : ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ପାରଦ

mahabharatanews

ଆଜି ପୌର ନିର୍ବାଚନ ପ୍ରଚାରର ଶେଷ ଦିନ

mahabharatanews

ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶାକୁ ସ୍ବର୍ଣ୍ଣ ପଦକ

mahabharatanews