ରାଜନୀତି

ବିଧାନସଭାରେ ଅପରାଧ ଡାଏରୀ ଖୋଲିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ହତ୍ୟା ଏବଂ ଯୌତୁକଜନିତ ହତ୍ୟା ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଏ ନେଇ ସୂଚନା ଦେଇଛନ୍ତି ଖୋଦ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଗତ ୨୦୧୯ରେ ରାଜ୍ୟରେ ଯୌତୁକଜନିତ ହତ୍ୟା ମାମଲା ୨୭୮ ଥିବା ବେଳେ ୨୦୨୦ରେ ଏହା ବଢି ୩୧୧ରେ ପହଞ୍ଚିଛି । ସେହିପରି ୨୦୧୯ରେ ୧୩୫୬ଟି ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ଏହା ୧୪୭୦କୁ ବୃଦ୍ଧି ପାଇଛି ।
ଏହା ବ୍ୟତୀତ ଦୁଷ୍କର୍ମ ଭଳି ଅପରାଧ ମଧ୍ୟ ଖୁବ ଜୋରରେ ବଢୁଥିବା ଦେଖାଦେଇଛି । ୨୦୧୯ରେ ୨୯୫୦ଟି ଦୁଷ୍କର୍ମ ମାମଲା ସାମନାକୁ ଆସିଥିବା ବେଳେ ପର ବର୍ଷ ଏହା ୨୯୮୪ରେ ପହଞ୍ଚିଛି । ୨୦୧୯ରେ ୧୬୩୫ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥଲେ । କିନ୍ତୁ ୨୦୨୦ରେ ୧୬୪୬ଟି ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଏ ସମ୍ପର୍କରେ ତଥ୍ୟ ଦେଇଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ।

Related posts

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିଛି ସର୍ବଦଳୀୟ ବୈଠକ

mahabharatanews

ଆର୍ଥିକ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ନମ୍ବର-୧ ରାଜ୍ୟ: ଅର୍ଥମନ୍ତ୍ରୀ

mahabharatanews

ଖାଲି ହୋଇଯିବ BJD ବସା , ବିଜେପି ନେତାଙ୍କ ମନ୍ତବ୍ୟ ପରେ ଜୋର ଧରିଲା ରାଜନୀତି

mahabharatanews