ଓଡିଶାଦୁର୍ଘଟଣା

ସିକନ୍ଦରାବାଦରେ ଭୟାଭୟ ଅଗ୍ନିକାଣ୍ଡ, ଓଡି଼ଆ ଦମ୍ପତ୍ତିଙ୍କ ମୃତ୍ୟୁ

ସିକନ୍ଦରାବାଦ: ହାଇଦ୍ରାବାଦ ସ୍ଥିତ ସିକନ୍ଦରାବାଦରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଏଥିରେ ଓଡି଼ଆ ଦମ୍ପତ୍ତିଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ସିକନ୍ଦରାବାଦରେ ଏକ ଇଲେକ୍ଟ୍ରି ସ୍କୁଟର ସୋ ରୁମରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଥିଲେ ସୁଦ୍ଧା ଅଗ୍ନିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ସୂଚନା ଅନୁସାରେ ଏକ ବାଇକ ସୋ ରୁମର ଉପରେ ଥିବା ଏକ ଲଜରେ ଉଭୟ ଓଡି଼ଆ ଦମ୍ପତ୍ତି ରହୁଥିଲେ। ସମ୍ପୃକ୍ତ ଅଗ୍ନିକାଣ୍ଡରେ ଉଭୟଙ୍କର ମୃତ୍ୟୁ ଘଟିଛି। ମୃତ ଦମ୍ପତ୍ତି ହେଲେ କଟକ ସତୀଚଉରା ଅଞ୍ଚଳର ଚନ୍ଦନ ଜେଠୀ ଓ ପତ୍ନୀ ମିତାଲି ଜେଠୀ ବୋଲି ଜଣାପଡିଛି। ଚନ୍ଦନ ଏକ ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିଲେ। ତେବେ ତାଙ୍କ ପତ୍ନୀ ମିତାଲୀ ଏକ ଟ୍ରେନିଂ ଲାଗି ସିକନ୍ଦରାବାଦ ଯାଇଥିଲେ। ସେଠାରେ ଉଭୟରେ ଅଗ୍ନିକାଣ୍ଡ ଘଟିଥିବା ସ୍ଥାନରେ ହିଁ ରହୁଥିଲେ। ପୁଲିସ ଦମ୍ପତ୍ତିଙ୍କ ମୃତ ଦେହ ଉଦ୍ଧାର କରିବା ପରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲା। ମୃତଦେହ ଆଣିବା ଲାଗି ଚନ୍ଦନଙ୍କ ଭାଇ ସିକନ୍ଦରାବାଦ ଯାଇଥିବା ଜଣାପଡିଛି। ଚନ୍ଦନ ଓ ମିତାଲିଙ୍କର ଦୁଇ ବର୍ଷ ପୂର୍ବେ ବିବାହ ହୋଇଥିଲା।

Related posts

ଆସନ୍ତାକାଲି ୧୧ଟାରେ ଯୁକ୍ତ୨ ଫଳାଫଳ

mahabharatanews

ଦିଆସିଲି କାଠିରେ ଶାଶ୍ୱତଙ୍କ ରେଡିଓ

mahabharatanews

ମହିଳାଶକ୍ତି ସେବା ଟ୍ରଷ୍ଟର ଉପଖଣ୍ଡ ସ୍ତରୀୟ କର୍ମୀ ସମ୍ମିଳନୀ

mahabharatanews

Leave a Comment