ଓଡିଶା

ଏୟାର ସୋ ଲାଗି ଭୁବନେଶ୍ୱରରେ ପହଞ୍ଚିଲା ଏନ-୩୨ ବିମାନ

ଭୁବନେଶ୍ୱର: ବାୟୁସେନା ପକ୍ଷରୁ ଓଡି଼ଶାରେ ସୂର୍ଯ୍ୟ କିରଣ ସୋ ଅନୁଷ୍ଠିତ ହେବ। ଏଥିପାଇଁ ଭୁବନେଶ୍ୱର ବିମାନବନ୍ଦରରେ ଏନ-୩୨ ବିମାନ ପହଞ୍ଚିଛି। ଏୟାର ସୋ ଲାଗି ସମସ୍ତ ବିମାନ ଭୁବନେଶ୍ୱରରେ ପହଞ୍ଚିବ ବୋଲି ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବାୟୁସେନାର ଇଣ୍ଡକସନ ଟିମ ନେଇ ଆସିଥିବା ଏନ-୩୨ ବିମାନ ଭୁବନେଶ୍ୱରରେ ଅବତରଣ କରିସାରିଛି। ଏୟାର ଶୋରେ ଭାଗ ନେବାକୁ ଥିବା ସମସ୍ତ ୧୧ଟି ହକ ବିମାନ କର୍ଣ୍ଣାଟକର ବିଦାରରୁ ଆସୁଛି। ଏୟାର ଶୋ ଲାଗି ଯନ୍ତ୍ରାଂଶ ନେଇ ଆସୁଥିବା ସି-୧୭ ଗ୍ଲୋବ ମାଷ୍ଟର ମଧ୍ୟ ପହଞ୍ଚିବ। ବାୟୁସେନା ପକ୍ଷରୁ ଶୋ ହେବାକୁ ଥିବା ସ୍ଥାନରେ ମ୍ୟାପିଂ କରାଯିବ। ୧୫ ତାରିଖରେ ଫୁଲ ଡ୍ରେସ ରିହାଲସିଆଲ ହେବ। ୧୭ ତାରିଖ ଦିନ ପୁରୀରେ ମଧ୍ୟ ଫୁଲ ଡ୍ରେସ ରିହାଲସିହାଲ ହେବ। ୧୬ ତାରିଖରେ ହେବାକୁ ଥିବା ଏୟାରଶୋରେ ବର୍ତ୍ତମାନ ସୁଦ୍ଧା ଅନୁମତି ମିଳିନଥିବା ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିବ ବୋଲି କତ୍ତୃପକ୍ଷ କହିଛନ୍ତି। ସେପଟେ ଏୟାର ସୋ ଲାଗି ପୁଲିସ କମିଶନର ଓ ଭୁବନେଶ୍ୱର ଡିସିପି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ପରଖିଛନ୍ତି। ଏହାଛଡା ଟ୍ରାଫିକ ବ୍ୟବସ୍ଥା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଉଭୟେ ସମୀକ୍ଷା କରିଛନ୍ତି।

Related posts

ସୌମ୍ୟଙ୍କ ପରିବାରକୁ କ୍ରାଇମ ବ୍ରାଞ୍ଚ ଦେଇପାରିବ ନ୍ୟାୟ?

mahabharatanews

ମସଜିଦରେ ନମାଜ ପାଠକୁ ପୋଲିସ ବନ୍ଦ କରାଇବାରୁ ସଂଖ୍ୟାଲଘୁ ସଂପ୍ରଦାୟର ଫାଣ୍ଡି ଘେରାଉ

mahabharatanews

ଲଗାଣ ବର୍ଷା; ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

mahabharatanews