ଆଠଗଡ(ମହାଭାରତ): ସାରା ବିଶ୍ୱରେ କୋରୋନା କହର ଏବେ ବି ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ସଂକ୍ରମଣ ଏବଂ ମୃତ୍ୟୁହାରକୁ ନେଇ ଲୋକମାନଙ୍କ ମନରେ ସୃଷ୍ଟି ହୋଇଛି ଭୟର ଏକ ଭିନ୍ନ ଚିତ୍ର । ଅବଶ୍ୟ କୋରୋନା ଗ୍ରାଫ ଏବେ ରାଜ୍ୟରେ ତଳମୁହାଁ ରହିଛି, କିନ୍ତୁ ଆଠଗଡ ସହରର ଏକ ଅଞ୍ଚଳରେ ଅଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି । ସ୍ଥାନୀୟ ରାଧାଗୋବିନ୍ଦପୁର ପଞ୍ଚାୟତର ହାଉସିଂବୋର୍ଡ କନୋଲୀ ନିକଟସ୍ଥ ଡମସାହିକୁ ଆସନ୍ତା ୧୦ ଦନ ପର୍ଯ୍ୟନ୍ତ ଆବଦ୍ଧାଞ୍ଚଳ ଭାବେ ଘୋଷଣା ହୋଇଛି । ୨ ଦିନ ତଳେ ଆରଟିପିସିଆର ପରୀକ୍ଷା ରିପୋର୍ଟରେ ଏହି ଅୟ୍ଚଳର ମୋଟ ୯ ଜଣ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସତର୍କତା ଅବଲମ୍ବନ କରିବା ସହ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଆଜି ସକାଳ ୬ଟାରୁ ଆସନ୍ତା ୧୬ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଏହି ସ୍ଥାନରେ କଟକଣା ଜାରି ହୋଇଛି । ରାଜସ୍ୱ ନିରୀକ୍ଷକ ଓ ବ୍ଲକ କର୍ତ୍ତୃପକ୍ଷଙ୍କ ରିପୋର୍ଟ ଆଧାରରେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଡମସାହିକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଡମସାହିର ସମସ୍ତ ପ୍ରବେଶ ପଥକୁ ଆବଦ୍ଧ କରାଯାଇ ବାହାରୁ ଯିବାଆସିବା ଉପରେ କଟକଣା ଜାରି କରାଯାଇ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କୋଭିଡ ପରୀକ୍ଷା କରାଇବା ଏବଂ ଉକ୍ତ ଅଞ୍ଚଳକୁ ବିଶୋଧନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
previous post