ବ୍ୟୁରୋ : ମହିଳା ଓ ପୁରୁଷ ଉଭୟଙ୍କର ଅନେକ ସମୟରେ ଆଖିତଳ କଳାଦାଗ ସମସ୍ୟା ଦେଖାଯାଏ । ଘରୋଇ ଉପାୟରେ ଏଥିରୁ ରକ୍ଷା ପାଇହେବ । କାମର ଚାପ, ମାନସିକ ଅଶାନ୍ତି ବଢ଼ିଲେ ହିଁ ଆଖିତଳ କଳାଦାଗ ପଡ଼େ ।
ଆଖି ତଳ କଳାଦାଗ କମ୍ କରିବେ କିପରି?
- ଆଳୁ ରସକୁ ବାହାର କରି ଏକ ପାତ୍ରରେ ରଖିବେ । ତୁଳାରେ ସେହି ରସକୁ ନେଇ ଆଖି ଉପରେ ୫ ମିନିଟ୍ ରଖି ବିଶ୍ରାମ ନେବେ । ପ୍ରତିଦିନ ଏଇ ଉପାୟ କଲେ ସମସ୍ୟାର ସମାଧାନ ହୋଇଥାଏ ।
- କାକୁଡ଼ିକୁ ଗୋଲ ଆକାରରେ କାଟି ଆଖି ଉପରେ ରଖିଲେ ମଧ୍ୟ କଳା ଦାଗ କମ୍ ହେଉଥିବାର ଦେଖାଯାଇଛି ।
- ଦହିରେ ବେସନ ଅଳ୍ପ ମିଶାଇ ଆଖି ଚାରିପାଖରେ ଲଗାଇ ୫ ମିନିଟ୍ ପରେ ଧୋଇନେବେ ।
- ବାହାରକୁ ଯିବା ପୂର୍ବରୁ ସନ୍ ଗ୍ଲାସ୍ ଲଗାଇବା ଜରୁରୀ । ବାହାରୁ ଆସିବା ପରେ ଥଣ୍ଡା ପାଣିରେ ଛିଟା ମାରନ୍ତୁ ।
- ଖରାରୁ ଆସିବା ପରେ ବରଫକୁ ନିୟମିତ ଆଖି ଚାରିପାଖେ ମାଲିସ୍ କଲେ ଲାଭ ମିଳେ ।