ଓଡିଶାବିଶେଷ

ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ବ୍ୟବହାରକାରୀଙ୍କ ପାଇଁ ମୋହନ ସରକାରଙ୍କ ବଡ଼ ଆକ୍ସନ

ବ୍ୟୁରୋ : କଟକରେ ବହୁଳ ଭାବେ ବ୍ୟବହାର ହେଉଛି ସିଙ୍ଗିଲ ୟୁଜ ପ୍ଲାଷ୍ଟିକ। ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ବ୍ୟବହାରକାରୀଙ୍କ ନୂଆ ସରକାରଙ୍କ ବଡ଼ ଆକ୍ସନ । ଚଳିତବର୍ଷ କେବଳ ୬ ମାସ ମଧ୍ୟରେ କଟକ ଜିଲ୍ଲାରୁ ଜବତ ହେଲାଣି ୧୮୦୦ କେଜି ସିଙ୍ଗିଲ ୟୁଜ ପ୍ଲାଷ୍ଟିକ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ତରଫରୁ ୨୦୨୩-୨୪ ମସିହାରେ ୧୭୬ ଗୋଟି ପ୍ରମୁଖ ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ବର୍ଜନ ପାଇଁ ସଚେତନତା ଦିଗରେ ପଦକ୍ଷେପ ନିଆଯାଇଛି । ଦୁଇଟି ଦର୍ଶନୀୟ ସ୍ଥଳୀ ଯଥା ଦାରିଂବାଡ଼ି, କନ୍ଧମାଳ ଏବଂ ଚନ୍ଦ୍ରଭାଗା, କୋଣାର୍କକୁ ପାଇଲଟ ପ୍ରୋଜେକ୍ଟ ରୂପେ ନିଆଯାଇଛି ଓ ପଲିଥୁନ ମୁକ୍ତ ପାଇଁ ସଚେତନ କରିବା ସଂଗେ ସଂଗେ ସ୍ଥାନୀୟ ଜନ ସାଧାରଣ, ସ୍କୁଲ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ବନ ବିଭାଗ ଓ ବେସରକାରୀ ଅନୁଷ୍ଠାନ (ଘଏଙଗ୍ଦ) ମାନଙ୍କୁ ନେଇ କାର୍ୟ୍ୟକ୍ରମ କରାଯାଇଅଛି ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ତରଫରୁ ୧୬୨ ଗୋଟି ବୃହତ ଶିଳ୍ପ କାରଖାନାମାନଙ୍କୁ ସେମାନଙ୍କ ଆବାସିକ ତଥା ଶିଳ୍ପାଞ୍ଚଳଙ୍କୁ ପଲିଥୁନ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ବରରେ ୬ ଗୋଟି ପ୍ରମୁଖ ମାର୍କେଟ କଂପ୍ଲେକ୍ସରେ କପଡା ବ୍ୟାଗ ଭେଣ୍ଡିଙ୍ଗ ମେସିନ ବସାଯାଇଅଛି। ୨୦୨୪ ମସିହାର ପୁରୀ ରଥଯାତ୍ରା ସମୟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ହିନ୍ଦୁସ୍ତାନ କୋକା-କୋଲା ବେଭରେଜ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ୧୭ ହଜାର କିଲୋଗ୍ରାମ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଓ ୮ ଲକ୍ଷ ୫୦ ହଜାର ପେଟ୍ ବୋତଲ ସଂଗ୍ରହ କରାଯାଇଥିଲା । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।

Related posts

ଉତ୍କଳ ଗୌରବ ମଧୁବାବୁଙ୍କ ଜୟନ୍ତୀ ଅବସରରେ କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ

mahabharatanews

ସଇଁତଳାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଟିତ…

mahabharatanews

ମାର୍କେଟ ବିଲ୍ଡିଂ ବନ୍ଦ ଘଟଣାରେ ମୁହଁ ଖୋଲିଲେ ବିଏମ୍ସି କମିଶନର  

mahabharatanews