ଅପରାଧଓଡିଶା

ରାଜଧାନୀରୁ ମିଳିଲା ଏକାଧିକ ଖପୁରୀ ସହ ନର କଙ୍କାଳ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ମିଳିଲା ଏକାଧିକ ନର କଙ୍କାଳ । ତେବେ ସୂଚନା ଅନୁଯାୟୀ ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଠାବ ହୋଇଛି ଏହି ନର କଙ୍କାଳ। ପାଖାପାଖି ୧୫ଟି ଖପୁରୀ ସହ ବହୁ ହାଡ଼ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ ଏତେ ସଂଖ୍ୟକ କଙ୍କାଳ କେଉଁଠାରୁ ଆସିଲା ସେ ନେଇ ପ୍ରଶ୍ନ ଉଠିଛି ।

ସୂଚନା ଅନୁଯାୟୀ, ଆଜି ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଅଞ୍ଚଳରୁ ନରକଙ୍କାଳ ଠାବ ହୋଇଛି । ଏକ ଅଖାବସ୍ତା ଭିତରେ ଏହି ସବୁ ନରକଙ୍କାଳକୁ ଠାବ କରିଛି ପୋଲିସ । ତେବେ ଏତେ ପରିମାଣ ନରକଙ୍କାଳ ଘଟଣାସ୍ଥଳକୁ କିପରି ଆସିଲା ? ଏହି ଘଟଣା ପଛରେ କଣ ରହିଛି ରହସ୍ୟ? ଏପରି ଅନେକ ଦିଗକୁ ନେଇ ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ ।ଅନ୍ୟପକ୍ଷେ, ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଥିବା ସମୟରେ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

Related posts

ରାଜ୍ୟ ପୋଲିସରେ ୨୮ଟି ସବ୍ଇନସପେକ୍ଟର ଓ ୧୬ଟି କନେଷ୍ଟବଳ ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

mahabharatanews

ପଶ୍ଚମଓଡ଼ିଶା କୋଭିଡ ପରିସ୍ଥିତିକୁ ନେଇ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରତିକ୍ରିୟା

mahabharatanews

ଆଜିଠୁ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା

mahabharatanews