ଅପରାଧଓଡିଶା

ରାଜଧାନୀରୁ ମିଳିଲା ଏକାଧିକ ଖପୁରୀ ସହ ନର କଙ୍କାଳ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ମିଳିଲା ଏକାଧିକ ନର କଙ୍କାଳ । ତେବେ ସୂଚନା ଅନୁଯାୟୀ ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଠାବ ହୋଇଛି ଏହି ନର କଙ୍କାଳ। ପାଖାପାଖି ୧୫ଟି ଖପୁରୀ ସହ ବହୁ ହାଡ଼ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ ଏତେ ସଂଖ୍ୟକ କଙ୍କାଳ କେଉଁଠାରୁ ଆସିଲା ସେ ନେଇ ପ୍ରଶ୍ନ ଉଠିଛି ।

ସୂଚନା ଅନୁଯାୟୀ, ଆଜି ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଅଞ୍ଚଳରୁ ନରକଙ୍କାଳ ଠାବ ହୋଇଛି । ଏକ ଅଖାବସ୍ତା ଭିତରେ ଏହି ସବୁ ନରକଙ୍କାଳକୁ ଠାବ କରିଛି ପୋଲିସ । ତେବେ ଏତେ ପରିମାଣ ନରକଙ୍କାଳ ଘଟଣାସ୍ଥଳକୁ କିପରି ଆସିଲା ? ଏହି ଘଟଣା ପଛରେ କଣ ରହିଛି ରହସ୍ୟ? ଏପରି ଅନେକ ଦିଗକୁ ନେଇ ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ ।ଅନ୍ୟପକ୍ଷେ, ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଥିବା ସମୟରେ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

Related posts

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ; 8 ଟି ପ୍ରସ୍ତାବରେ ବାଜିବ ମୋହର

mahabharatanews

ଭବାନୀପାଟଣାର ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣି ଜାରି

mahabharatanews