ଓଡିଶା

ରାଜ୍ୟ ପୋଲିସରେ ୨୮ଟି ସବ୍ଇନସପେକ୍ଟର ଓ ୧୬ଟି କନେଷ୍ଟବଳ ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍ଇନସପେକ୍ଟର ଓ ୧୬ଟି କନେଷ୍ଟବଳ ପଦବୀ ମଞ୍ଜୁର କରିଛନ୍ତି । ପୋଲିସ ବିଭାଗର ଅନ୍ୟାନ୍ୟ ପଦବୀ ଗୁଡିକର ପୁନଃ ବଣ୍ଟନ ଦ୍ୱାରା ଏହି ପଦବୀ ଗୁଡିକ ସୃଷ୍ଟି କରାଯାଇଛି । ଏହାଦ୍ୱାରା ସମୁଦାୟ ୧୯୬ଟି ନୂତନ ପଦବୀ ସୃଷ୍ଟି ହୋଇଛି । ଏହି ନୂତନ ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟରେ ନିୟୋଜିତ ହେବେ । ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ବିଭିନ୍ନ ଅପରାଧୀକ ଅନୁସଂଧାନ କ୍ଷେତ୍ରରେ ସେମାନେ ଦାଇତ୍ୱ ନିର୍ବାହ କରିବେ । ଯାହାଫଳରେ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଅଧିକ ଦୃଢ ହୋଇପାରିବ ।

Related posts

ଅଳ୍ପକେ ବର୍ତ୍ତିଲେ ନଦୀରେ ଭାସିଯାଇଥିବା ୨୪ ଯବାନ 

mahabharatanews

ଶିକ୍ଷା ସେତୁ କାର୍ୟକ୍ରମରେ ଜିଲ୍ଲାପାଳଙ୍କ ଯୋଗଦାନ

mahabharatanews

ପୋଲିସ ହେପାଜତରେ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ବରଗଡରେ ପହଞ୍ଚିଲେ ଏଚଆରପିସି ଟିମ

mahabharatanews