ମନୋରଞ୍ଜନ

ଅନଶନ ଭାଙ୍ଗିଲେ ସନ୍‌ଲିସା, ୨୮ରେ ବୈଠକ

(ଭୁବନେଶ୍ୱର) : ଅନଶନ ଭାଙ୍ଗିଲେ ସନ୍‌ଲିସା । ଶ୍ରୀ କୁନା ତ୍ରିପାଠୀ ଧାରଣାସ୍ଥଳରେ ସନଲିସାଙ୍କୁ ଜୁସ୍‌ ପିଆଇଛନ୍ତି। ଜୁସ୍‌ ପିଇଲା ପରେ ସନ୍‌ଲିସା ଆମରଣ ଅନଶନ ଭଙ୍ଗ କରିଛନ୍ତି। ଅନ୍ୟପଟରେ ଶ୍ରୀ ତ୍ରିପାଠୀ ଲିଖିତ ପ୍ରତିଶ୍ରୁତି ଦେବା ସହ ଆସନ୍ତା ୨୮ ତାରିଖରେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଇଡକୋରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି।

ସୂଚନାନୁଯାୟୀ , ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଧାରଣା ସ୍ଥଳକୁ ଯାଇ ଧାରଣାରତ କଳାକାରଙ୍କ ସହିତ କଥା ହୋଇଛନ୍ତି। ଶ୍ରୀ ତ୍ରିପାଠୀଙ୍କ ଦ୍ବାରା ବୈଠକ ଡକା ଯିବା ପରେ ସନଲିସା ପେଟଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ବୈଠକ ପର୍ଯ୍ୟନ୍ତ ଧାରଣା ଜାରି ରହିବ। ବୈଠକରେ ସମସ୍ୟାର ସମାଧାନ ନ ହେଲେ ମଙ୍ଗଳବାର ସନ୍ଧ୍ୟା ପରଠାରୁ ଆନ୍ଦୋଳନ ଆହୁରି ଆହୁରି ତୀବ୍ର ହେବ।

 

Related posts

ମହଙ୍ଗା ପଡିବ ନିର୍ଦ୍ଦେଶକଙ୍କ ମନ୍ଦିର ଗେଲ

mahabharatanews

ଧର୍ମେନ୍ଦ୍ରଙ୍କ ନାତୁଣୀ ହାତରେ ଲାଗିଲା ମେହେ‌ନ୍ଦୀ

mahabharatanews

‌ଅଗଷ୍ଟ ୧୧ରେ ପରଦାକୁ ଆସିବ ଖିଲାଡି ହିରୋଙ୍କ ଫିଲ୍ମ  ‘ଓଏମ୍‌ଜି ୨’

mahabharatanews