ଅପରାଧଓଡିଶା

ଭଲ ପାଇ ବିବାହ କଲେ, ପରେ ସନ୍ଦେହ କରି ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ଭଲ ପାଇ ବିବାହ କରିଥିଲେ, ହେଲେ ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀ ତଣ୍ଟିରେ ଛିଡା ହୋଇ ହତ୍ୟା କରିଲା ସ୍ୱାମୀ। ଏଭଳି ଘଟଣା ଘଟିଛି ଶରତ ଥାନା ଶୁଖୁଆପଟା ଗ୍ରାମରେ। ଗ୍ରାମର କୁଶ ସିଂ ସ୍ତ୍ରୀ ନାଗି ସିଂଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ସ୍ୱାମୀ କାମକୁ ଯାଇଥିବା ବେଳେ ସ୍ତ୍ରୀ ଘରେ ଏକୁଟିଆ ରହିଥାନ୍ତି। ହେଲେ ସ୍ତ୍ରୀ ପଡିଶାଙ୍କ ସହିତ କିମ୍ବା ଅନ୍ୟ କାହା ସହିତ ମିଳାମିଶା ଵା କଥା ହେଲେ ସ୍ୱାମୀ ଏହାକୁ ବିରୋଧ କରନ୍ତି। ସେହିପରି ଭାବେ ସ୍ୱାମୀ କାମ ସାରି ଘରକୁ ଫେରିବା ପରେ ପଡିଶାଙ୍କ ସହିତ କଥା ହେବା ଏବଂ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀ ସହିତ ଝଗଡା କରିଥିଲେ ସ୍ୱାମୀ କୁଶ। ଝଗଡା ଏତେ ଉଗ୍ର ରୂପ ନେଲା ଯେ, ରାଗ ଗର ଗର ସ୍ୱାମୀ ସ୍ତ୍ରୀ କୁ ମାଡ଼ ମାରି ତଳେ ପକାଇ ତା ତଣ୍ଟି ଉପରେ ଛିଡା ହୋଇଯାଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ସ୍ତ୍ରୀ ନାଗି ର ମୃତ୍ୟୁ ହୋଇଥିଲା। ସ୍ତ୍ରୀ କୁ ହତ୍ୟା କରିବା ପରେ ଘର ବାହାରେ ସ୍ତ୍ରୀର ମୃତ ଦେହ ପଡ଼ିଥିବା ବେଳେ ସ୍ୱାମୀ ଘରୁ ଫେରାର ହୋଇଯାଇଥିଲା। ଖବର ପାଇ ଶରତ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ସ୍ୱାମୀ କୁ ପୋଲିସ ଗିରଫ କରିଛି।

Related posts

ଅପହୃତା ଅଷ୍ଟମ ଶ୍ରେଣୀ ଛାତ୍ରୀ ତାମିଲନାଡୁରୁ ଉଦ୍ଧାର

mahabharatanews

ରାୟଗଡା ଜିଲ୍ଲାରେ ଶୂନ୍ୟ ସଡକ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳିତ

mahabharatanews

ଆଜି ଓଡିଶା ଆସୁଛନ୍ତି  ଏସ୍‌. ଜୟଶଙ୍କର 

mahabharatanews