ଅପରାଧଭାରତ

ସ୍ୱାମୀ କଲା ଗଣଦୁଷ୍କର୍ମ , ଭିଡିଓକୁ କଲା ଭାଇରାଲ

ନୂଆଦିଲ୍ଲୀ : କୁହାଯାଏ ଯେ ସ୍ୱାମୀ ହେଉଛି ଇହକାଳ ପରକାଳ ଦେବତା କିନ୍ତୁ ଯଦି ସେଇ ଦେବତା ନୁସଂଶ ହୋଇଯାଏ । ତେବେ ସ୍ତ୍ରୀ କଣ ବା କରିବା । ସାତ ଜନ୍ମ କୁ ସାଥି କରି ଯାହା ହାତ ଧରି ବାଟ ଚାଲିବା ବିଶ୍ୱାସରେ ବିଶ୍ୱାସ ଘାତକ ହୋଇପାରେ । ସ୍ୱାମୀ ଯୌତୁକ ପାଇଁ ଗଣଦୁଷ୍କର୍ମ କରେ ଆଉ ତାପରେ ଭିଡ଼ିଓ ଭାଇରଲ କରେ ତା ଭଳିଆ ନୁସଂଶ ଓ ବିଶ୍ୱାସ ଘାତକ କିଏ ବା ହୋଇଥାଏ । ଏ ଭଳି ଘଟଣା ରାଜସ୍ଥାନର ଭରତପୁରରୁ ସାମ୍ନାକୁ ଆସିଛି । ଯାହା ମାନବିକତାକୁ ଲଜ୍ଜିତ କରୁଛି। ଯେଉଁଠାରେ ଜଣେ ବିବାହିତା ମହିଳା ତାଙ୍କ ସ୍ୱାମୀ ଏବଂ ଦୁଇ ସମ୍ପର୍କୀୟଙ୍କ ବିରୋଧରେ ଗଣ ବଳାତ୍କାରର ମାମଲା ଦାୟୀ କରିଛନ୍ତି।
ସୂଚନା ଅନୁସାରେ , ମେ ୨୦୧୯ ରେ ହରିୟାଣାର ପୁନହାନା ସହରର ଜଣେ ଝିଅକୁ ବିବାହ କରାଯାଇଥିଲା । କିନ୍ତୁ ବିବାହ ପରଠାରୁ ଶାଶୁ ଘର ଲୋକେ ମହିଳାଙ୍କୁ ଯୌତୁକ ପାଇଁ ହଇରାଣ କରୁଥିଲେ। ଏହି କାରଣରୁ ପୀଡିତା ତାଙ୍କ ବାପ ଘରକୁ ପଳାଇ ଯାଇଥିଲେ। କିନ୍ତୁ ତାଙ୍କ ସ୍ୱାମୀ ସେଠାରେ ପହଁଞ୍ଚି ନିଜ ସ୍ତ୍ରୀକୁ ଘରକୁ ଫେରାଇ ଆଣିଥିଲେ। ସ୍ୱାମୀ ବିବାହ ସମୟରେ ଦେଢ଼ ଲକ୍ଷ ଟଙ୍କା ଏବଂ ବୁଲେଟ୍ ଯୌତୁକରେ ମାଗିଥିଲେ । କିନ୍ତୁ ଶ୍ୱଶୁର ଘରଲୋକ ତାହା ଦେଇନଥିଲେ । ଏହି ରାଗର ପ୍ରତିଶୋଧ ନେବାକୁ ସ୍ୱାମୀ ତାଙ୍କ ଦୁଇ ସମ୍ପର୍କୀୟଙ୍କ ଦ୍ୱାରା ବଳାତ୍କାର କରିଥିଲେ ଏବଂ ନିଜେ ମୋବାଇଲରେ ସେହି ଭିଡିଓକୁ ସୁଟିଂ କରିଥିଲେ। ସ୍ୱାମୀ ତାଙ୍କ ସ୍ତ୍ରୀକୁ କହିଥିଲେ ଯେ ତୋ ବାପ ଘର ଲୋକ ମତେ ଯୌତୁକରେ ଦେଢ଼ ଲକ୍ଷ ଟଙ୍କା ଦେଇ ନାହାଁନ୍ତି କିନ୍ତୁ ବର୍ତ୍ତମାନ ଗଣ ବଳାତ୍କାରର ଅଶ୍ଳୀଳ ଭିଡିଓ ୟୁଟ୍ୟୁବରେ ଦେଇ ମୁଁ ଅଧିକ ପଇସା କମାଇବି ବୋଲି ଧମକ ଦେଇଥିଲା।

ଏଥିସହିତ ପୀଡିତା ଅଭିଯୋଗ କରିଛନ୍ତି ଯେ ସ୍ୱାମୀ ୟୁଟ୍ୟୁବରେ ଅଶ୍ଳୀଳ ଭିଡିଓ ଲଗାଇବାକୁ ଧମକ ଦେଇ କହିଛନ୍ତି ଯେ ତୋ ପରିବାର ସଦସ୍ୟ ମୋତେ ଯୌତୁକ ଦେଇ ପାରିବେ ନାହିଁ। କିନ୍ତୁ ବର୍ତ୍ତମାନ ମୁଁ ଏହି ଭିଡିଓକୁ ୟୁଟ୍ୟୁବରେ ରଖି ଅଧିକ ଟଙ୍କା ରୋଜଗାର କରିବି। ଏହି ଲଜ୍ୟାଜନକ ଖବରକୁ ନେଇ କାମା ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଦୌଲତ ସାହୁ କହିଛନ୍ତି ଯେ ଜଣେ ମହିଳା ବଳାତ୍କାର ମାମଲା ରୁଜୁ କରିଛନ୍ତି। ଯେଉଁଥିରେ ତାଙ୍କ ସ୍ୱାମୀ ଏବଂ ଦୁଇ ସମ୍ପର୍କୀୟ ଅନ୍ତର୍ଭୁକ୍ତ। ୟୁଟ୍ୟୁବରେ ଅଶ୍ଳୀଳ ଭିଡିଓ ରଖିବାର ଆଲୋଚନା ହେଉଛି। ବର୍ତ୍ତମାନ ସୁଦ୍ଧା ଏହା ନିଶ୍ଚିତ ହୋଇନାହିଁ। ଅନୁସନ୍ଧାନ ପରେ ଅଧିକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related posts

ପେଟିଏମକୁ ୫.୪୯ କୋଟି ଫାଇନ 

mahabharatanews

 ୧୪ ଦିନ ପରେ ଆଜି ପୁଣି ଆକ୍ଟିଭ ହେବ ଚନ୍ଦ୍ରଯାନ-୩ 

mahabharatanews

ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

mahabharatanews