ବିଶ୍ୱ

ଇବ୍ରାହିମ ଇସ୍କନ୍ଦର ମାଲେସିଆର ନୂତନ ସୁଲତାନ

(ମାଲେସିଆ) : ମାଲେସିଆର ଜୋହର ରାଜ୍ୟର ଇବ୍ରାହିମ ଇସ୍କନ୍ଦର ଦେଶର ନୂତନ ସୁଲତାନ ହୋଇଛନ୍ତି । ସେ ବୁଧବାର ଦେଶର ୧୭ତମ ସୁଲତାନ ଭାବରେ ଶପଥ ଗ୍ରହଣ କରିଛନ୍ତି । ସେ ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦେଶର ସୁଲତାନ ରହିବେ ।   ଶପଥ ଗ୍ରହଣ ସମାରୋହ ପୂର୍ବରୁ ସୁଲତାନ ଇସ୍କନ୍ଦର ଏକ ଘରୋଇ ଜେଟରେ କୁଆଲାଲମ୍ପୁରକୁ ଯାଇଥିଲେ।

ସୂଚନାନୁଯାୟୀ , ତେବେ ପ୍ରତିବର୍ଷ ସେ ମୋଟରସାଇକେଲରେ ଯାତ୍ରା କରି ଜନସାଧାରଣଙ୍କୁ ଭେଟିବେ | ସୁଲତାନ ଇସ୍କନ୍ଦର ରାଜ ପରିବାରର ଅଟନ୍ତି। ତାଙ୍କ ବଡ଼ ପୁଅ, ମାଲେସିଆର କ୍ରାଉନ୍ ପ୍ରିନ୍ସ ଟୁକୁ ଇସମାଇଲ ମଧ୍ୟ ଭାରତୀୟ ସେନାରେ କ୍ୟାପଟେନ୍ ରହିଛନ୍ତି। ସୁଲତାନ ଇବ୍ରାହିମ ଇସ୍କନ୍ଦରଙ୍କର ମୋଟ ସମ୍ପତ୍ତି ୪୭.୩୩ ଲକ୍ଷ କୋଟି ଟଙ୍କା ରହିଛି। ଏହା ବ୍ୟତୀତ ତାଙ୍କର ୩୦୦ ବିଳାସପୂର୍ଣ୍ଣ କାର ମଧ୍ୟ ଅଛି ।

Related posts

ଭାରତୀୟ ପୁଞ୍ଜି ବଜାରରୁ ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ ।

mahabharatanews

 ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଫ୍ରାନ୍ସ ରାଷ୍ଟ୍ରପତି

mahabharatanews

ଏପ୍ରିଲ ଓ ମେ’ରେ ଭାରତୀୟ ଶ୍ରମିକ ଯିବେ ଇସ୍ରାଏଲ୍ 

mahabharatanews