ଓଡିଶା

ଆଇସିଡିଏସ ସୁପରଭାଇଜର ଲାଞ୍ଚ ଟଙ୍କା ନେବା ବେଳେ…

ବାଲେଶ୍ୱର: ଭିଜିଲାନ୍ସ ଜାଲରେ ଆଇସିଡିଏସ ସୁପରଭାଇଜର । ନିଳଗିରି ଅନ୍ତର୍ଗତ ବେରହାମପୁରର ଆଇସିଡିଏସ ସୁବରନା ସିଂହଙ୍କୁ ଲାଞ୍ଚ ଟଙ୍କା ନେବା ବେଳେ କାବୁ କରି ନେଇଛି ଭିଜିଲାନ୍ସ । ସୁପରଭାଇଜର ଜଣେ ଅଙ୍ଗନବାଡି କର୍ମୀଙ୍କ କାଗଜପତ୍ର ଯାଞ୍ଚ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଅଙ୍ଗନବାଡି କର୍ମୀଙ୍କ ଜଣେ ସମ୍ପର୍କୀୟ ଭାଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।
ବେରହାମପୁରରେ ଜଣେ ନୂତନଭାବେ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ କାଗଜପତ୍ର ଯାଞ୍ଚ କରିବାକୁ ସେ ଆଇସିଡିଏସ ସୁପରଭାଇଜର ସୁବରନା ସିଂହଙ୍କ ନିକଟକୁ ଯିବାରୁ ସେ ଏଥିନେଇ ଖୋଲାଖୋଲି ଭାବେ ୧୦ ହଜାର ଟଙ୍କା ଦ।।ବି କରିଥିଲେ । ଏହାକୁ ନେଇ ଅଙ୍ଗନବାଡି କର୍ମୀଙ୍କ ଭାଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯେତେବେଳେ ସିଂହ ଲାଞ୍ଚ ଅର୍ଥ ନେଉଥିଲେ ବାଲେଶ୍ୱର ଭିଜିଲାନ୍ସ ତାଙ୍କୁ କାବୁ କରି ନେଇଛି । ଏଥିସହ ତାଙ୍କ ଘର ଓ ଅଫିସ ଉପରେ ଚଢାଉ ଜାରି ରହିଛି । ଭିଜିଲାନ୍ସ ତାଙ୍କ ନାମରେ ଏକ ମାମଲା ରୁଜୁ କରିଛି ।

Related posts

ରାଜନୈତିକ ଶତୃତାକୁ ନେଇ ଦୁଇ ଯୁବକଙ୍କୁ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

mahabharatanews

ସମ୍ବଲପୁରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ

mahabharatanews

ବାଇକକୁ ଧକ୍କା ଦେଲା ବସ ; ଜଣେ ମୃତ, ଜଣେ ଗୁରୁତର

mahabharatanews