ଓଡିଶା

ମହାନତା ଦେଖାଇଲେ ଥାନା ଅଧିକାରିଣୀ

ଭୁବନେଶ୍ୱର/ଆଦର୍ଶ ରାଉତ: ଭାଗ୍ୟର ବିଡମ୍ବନା, ଭୁବନେଶ୍ୱରରେ ଏକ ଦୃଷ୍ଟିହୀନ ଦମ୍ପତି ଅଶୋକ ନାୟକ ଓ ସୁମିତ୍ରା ନାୟକ ଭାଗ୍ୟ ଆଦରି ନେଇଛନ୍ତି । ଦୃଷ୍ଟିହୀନତାକୁ ପଛରେ ପକାଇ ଜୀବନ ଅତିବାହିତ କରୁଛନ୍ତି । କିନ୍ତୁ ସେମାନଙ୍କ ଔରଷରୁ ଜନ୍ମିତ ପୁତ୍ରର ଅନ୍ଧତ୍ୱକୁ ଗ୍ରହଣ ପରି ପାରି ନାହାନ୍ତି । ଖାଲି ଯେ ଶିଶୁଟି ଅନ୍ଧ ତାହା ନୁହେଁ, ସେ ଚକ୍ଷୁ କର୍କଟରେ ପୀଡିତ । ଡାକ୍ତରଙ୍କ ଏହି ସୂଚନା ଉଭୟ ଅନ୍ଧ ଦମ୍ପତିଙ୍କୁ ବ୍ୟଥିତ କରିଛି । ଡାକ୍ତରଙ୍କ କହିବା କଥା ଏଠାରେ କିଛି ହେବ ନାହିଁ । ଉନ୍ନତମାନର ଚିକିତ୍ସା ପାଇଁ ରାଜ୍ୟ ବାହାରକୁ କୌଣସି ଉନ୍ନତ ହସ୍ପିଟାଲରେ ଚିକିତ୍ସା କରାଇବାର ଆବଶ୍ୟକତା ରହିଛି । କିନ୍ତୁ ବାହାର ରାଜ୍ୟକୁ ଯାଇ ଚିକିତ୍ସା କରାଇବା ସେମାନଙ୍କ ପକ୍ଷରେ ଅସମ୍ଭବ ଥିଲା ଅର୍ଥାଭାବ ପାଇଁ । ତେଣୁ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନଠାରୁ ସହାୟତା ଲୋଡିଥିଲେ ।
ଏପରି ସମୟରେ କୌଣସି ସୂତ୍ରରୁ ଏହି ଅସହାୟ ମା’ ବାପାଙ୍କ ବିଷୟରେ ଜାଣିବାକୁ ପାଇଥିଲେ ଇମ୍ଫୋସିଟି ଥାନାଧିକାରୀ ସୁମତି ମିଶ୍ର । ଏହି ଦମ୍ପତିଙ୍କ ଅସହାୟତା ତାଙ୍କୁ ବ୍ୟଥିତ କରିଥିଲା । ତେଣୁ ସେ ଥାନାର ସମସ୍ତ କର୍ମଚାରୀଙ୍କୁ ବୁଝାସୁଝା କରି ଏହି ଅନ୍ଧ ଦମ୍ପତିଙ୍କୁ ସହଯୋଗ କରିବାକୁ ପ୍ରବର୍ତ୍ତାଇଥିଲେ । ସମସ୍ତ କର୍ମଚାରୀଙ୍କଠାରୁ ଛୋଟ ପିଲ।।ଟିର ଚିକିତ୍ସା ପାଇଁ ଆଦାୟ କରିଥିଲେ ୧୦ ହଜାର ଟଙ୍କା ଓ ସେହି ଟଙ୍କାଙ୍କୁ ସେମାନଙ୍କ ଘରକୁ ଯାଇ ସେମାନଙ୍କୁ ପ୍ରଦାନ କରିଥିଲେ । ଏଥିସହ ଅଧିକ ସହଯୋଗ ପାଇଁ ସେ ବ୍ୟକ୍ତିଗତସ୍ତରରେ ପ୍ରଚେଷ୍ଟା ଜାରି ରଖିଥିବା ସେମାନଙ୍କୁ ଆଶ୍ୱାସନ ମଧ୍ୟ ଦେଇଛନ୍ତି ।
ଥାନା ଅଧିକାରିଣୀ ସମିତା ମିଶ୍ରଙ୍କ ଏହି ମାନବୀୟ ପ୍ରୟାସକୁ ପୂରା କମିଶନରେଟ ପୁଲିସ ପ୍ରଶଂସା କରିବା ସହ ଭୁବନେଶ୍ୱର ବାସୀ ତଥା ଅନ୍ଧ ଦମ୍ପତି ମଧ୍ୟ ସାଧୁବାଦ ଜଣାଇଛନ୍ତି ।

Related posts

ବାଣ ବିସ୍ଫୋରଣ ଘଟଣା; ମୃତକ ପରିବାରଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

mahabharatanews

ବନ୍ଦେ ଭାରତ ଏକ୍ସପ୍ରେସ୍ : ହାୱଡ଼ା ମୁହାଁ ପ୍ରଥମ ଟ୍ରେନ

mahabharatanews

ଆସନ୍ତା ୨୫ ଯାଏ ଶୀତ ଲହରୀ ଜାରି ସମ୍ଭାବନା: ଅନାବଶ୍ୟକ ସ୍ଥଳେ ଘରେ ରହିବାକୁ ପରାମର୍ଶ

mahabharatanews

Leave a Comment