( ମହାଭାରତ/ଗୋପ): ଗୁଜରାଟର ରାନ ଉତ୍ସବ ଢଙ୍ଗରେ ପ୍ରଥମ ଥର ପାଇଁ ପର୍ୟ୍ୟଟନ କ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା ସାହୁଖଣତା ବେଳାମାର୍ଗ ଠାରେ ଅ ।ସନ୍ତା ଡ଼ିସେମ୍ବର ୧୪ରୁ ଜାନୁଅ ।ରୀ ୧୪ ତାରିଖ ପର୍ୟ୍ୟନ୍ତ ଅ ।ୟୋଜିତ ହେବ ମେରାଇନ୍ ଡ୍ରାଇଭି ଇକୋ ରିଟ୍ରିଟ ଉତ୍ସବ । ଏହି ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ଥିବା ବେଳେ ଏହାର ତଦାରଖ କାମ ରାଜ୍ୟ ପର୍ୟ୍ୟଟନ ବିଭାଗର ମୁଖ୍ୟ ସଚିବ ବିଶାଲ କୁମାର ଦେବଙ୍କ ସହିତ ବିଭିନ୍ନ ବିଭାଗର ପଦାଧିକାରୀମାନେ କରୁଛନ୍ତି । ଦେଶ ବିଦେଶର ପର୍ୟ୍ୟଟକଙ୍କୁ ଅ ।କୃଷ୍ଟ କରିବା ପାଇଁ ରାଜ୍ୟ ପର୍ୟ୍ୟଟନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ବେଳାମାର୍ଗ ସାହୁଖଣତା ଠାରେ ଅତ୍ୟାଧୁନିକ ଟେଣ୍ଟ ର୍ନିମାଣ କରାଯାଉଛି । ସମୁଦ୍ର କୂଳରେ ର୍ନିମିତ ଅତ୍ୟାଧୁନିକ ଟେଣ୍ଟରେ ରାତ୍ରି ରହଣି କରିବା ସହିତ ସ୍ପା, ଜଳକ୍ରୀଡା, ଦୁଃସାହାସିକ କ୍ରୀଡା, ବିଭିନ୍ନ ପ୍ରକାର ଖାଦ୍ୟର ପ୍ରଦର୍ଶନୀ, ହସ୍ତଶିଳ୍ପ ପ୍ରଦର୍ଶନୀ, ସାଂସ୍କୃତିକ କାର୍ୟ୍ୟକ୍ରମକୁ ମନଭରି ଉପଭୋଗ କରିପାରିବେ ପର୍ୟ୍ୟଟକ । ଏହି ଇକୋ ରିଟ୍ରିଟ ଟେଣ୍ଟ ମଧ୍ୟରେ ସମସ୍ତ ସୁବିଧା ଥାଇ ୫୦ଟି ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ଟେଣ୍ଟଣ୍ଟ ଗୃହ ର୍ନିମାଣ କରାଯାଉଛି । “ସୁପର ପ୍ରିମିୟମ, ପ୍ରିମିୟମ ଓ ଡିଲକ୍ସ’ ବିଭାଗରେ ବିଭାଜିତ ଗୃହ ପାଇଁ ଗୋଟାଏ ରାତ୍ରି ରହଣି କରିବା ନିମନ୍ତେ ୯ହଜାର ଟଙ୍କାରୁ ୨୮ହଜାର ଟଙ୍କା ଦେଇ ପର୍ୟ୍ୟଟକମାନେ ରହିପାରିବେ । ଏଥିପାଇଁ ପର୍ୟ୍ୟଟନ ବିଭାଗର ୱବସାଇଟରେ ଅଗ୍ରୀମ ବୁକିଙ୍ଗି ପ୍ରକ୍ରିୟା ଅ ।ରମ୍ଭ ହୋଇଯାଇଛି । ପର୍ୟ୍ୟଟନ ବିଭାଗକୁ ଏହି ଇକୋ ରିଟ୍ରିଟ ସଫଳତା ମିଳିଲେ ପ୍ରତ୍ୟକ ବର୍ଷ ଏହି ବେଳାମାର୍ଗରେ ଏହି ପରି କାର୍ୟ୍ୟକ୍ରମ କରାଯିବ ବେଲି ସଚିବ ଶ୍ରୀ ଦେବ ସୂଚନା ଦେଇଛନ୍ତି । ଅ ।ସନ୍ତା ୧୪ ତାରିଖରେ ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବାର କାର୍ୟ୍ୟକ୍ରମ ରହିଛି । ସମସ୍ତ ପ୍ରସ୍ତୁତି କାର୍ୟ୍ୟର ଦାୟୀତ୍ୱ ନେଇଥିବା ଠିକାଦାର ସଂସ୍ଥାକୁ ଅ ।ସନ୍ତା ୧୦ ତାରିଖ ମଧ୍ୟରେ ସମସ୍ତ କାର୍ୟ୍ୟ ସାରିବାକୁ ନିର୍ଦ୍ଦେଶ ଦିଅ ।ଯାଇଛି ।
previous post
