ଓଡିଶା

ଅଟୋକୁ ଧକ୍କା ଦେଲା ବୋଲେରୋ, ୧ ମୃତ ୧୪ ଆହତ

(ମହାଭାରତ, ଦାରିଙ୍ଗିବାଡି): ଦାରିଙ୍ଗିବାଡି ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଅଟୋକୁ ଗୋଟିଏ ବୋଲେରୋ ଧକ୍କା ଦେବା ଫଳରେ ରାସ୍ତାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଦାରିଙ୍ଗିବାଡି ସାପ୍ତାହିକ ହାଟକୁ କେରୁବାଡି ଗାଁର ଲୋକମାନେ ଯାଇଥିଲେ । ହାଟ ସାରି ଏକ ଅଟୋରେ ଘରକୁ ଫେରୁଥିବା ବେଳେ ୫୯ ନମ୍ବର ଜାତୀୟ ରାଜପଥର ସିଆଙ୍ଗବାଲି ଛକ ଠାରେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସେହି ଗାଁର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅଟୋ ଚାଳକଙ୍କ ସମେତ ୧୩ ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ଦାରିଙ୍ଗିବାଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦାରିଙ୍ଗିବାଡି ଥାନା ପୋଲିସ ଅଟୋ ଓ ବୋଲେରୋକୁ ଜବତ କରିଛି । ବୋଲେରୋ ଚାଳକକୁ ଅଟକ ରଖି ପଚରାଉଚରା କରିଛି ।

Related posts

ନିଟ୍ ପ୍ରଶ୍ନପତ୍ର ନେଇ ସିବିଆଇ କରିଛି ବଡ଼ ଖୁଲାସା

mahabharatanews

ରାଜ୍ୟରେ ବିକାଶମୂଳକ ଯୋଜନାର ବ୍ୟୟ ହାରକୁ ନେଇ ସରକାରଙ୍କ ବଢ଼ିଲା ଚିନ୍ତା

mahabharatanews

ସମୁଦ୍ରକୁ ମାଛମାରି ଯିବାକୁ ମନା, ନିୟମ ଉଲ୍ଲଘଂନ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

mahabharatanews