ବିଶ୍ୱ

ଅଯୋଗ୍ୟ ଘୋଷଣା ହେଲେ ଇମ୍ରାନ 

(ପାକିସ୍ତାନ) : ଇମ୍ରାନଙ୍କୁ ବଡ ଝଟକା । ଫେବୃଆରୀ ୮ରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିନା ଏହି ନିର୍ବାଚନ ଅନୁଷ୍ଠିତ ହେବ । ବିଭିନ୍ନ ମାମଲାରେ ୧୪ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ଇମ୍ରାନ ଖାନ ଜେଲରେ ଅଛନ୍ତି ଏବଂ କୋର୍ଟ ତାଙ୍କୁ ଆସନ୍ତା ୧୦ବର୍ଷ ପାଇଁ କୌଣସି ସାମ୍ବିଧାନିକ ପଦବୀ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି ।

ସୂଚନାନୁଯାୟୀ , ଏଭଳି ପରିସ୍ଥିତିରେ ପୁନର୍ବାର ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିବା ଇମ୍ରାନ ଖାନ ନିରାଶ ହୋଇଛନ୍ତି । ଫେବୃଆରୀ ୮ରେ ସାଧାରଣ ନିର୍ବାଚନ କରିବା ପାଇଁ ସେମାନେ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ବୋଲି ପାକିସ୍ତାନୀ ଅଧିକାରୀ କହିଛନ୍ତି । ପୁରୁଷମାନଙ୍କ ପାଇଁ ୨୫,୩୨୦ମତଦାନ କେନ୍ଦ୍ର ଏବଂ ମହିଳା ଭୋଟରଙ୍କ ପାଇଁ ୨୩୯୫୨  ମତଦାନ କେନ୍ଦ୍ର ଅଛି। ଜାତୀୟ ବିଧାନସଭା ଏବଂ ଚାରିଟି ପ୍ରାଦେଶିକ ବିଧାନସଭା ପାଇଁ ପ୍ରାୟ ୧୮,୦୦୦ପ୍ରାର୍ଥୀ ଦୌଡ଼ରେ ଅଛନ୍ତି।

Related posts

ଇସ୍ରାଏଲର ଏୟାର ଷ୍ଟ୍ରାଇକ୍

mahabharatanews

ଚୀନକୁ ଆମେରିକାର ଓପନ ୱାର୍ଣ୍ଣିଙ୍ଗ

mahabharatanews

ଗେମ୍ ଖେଳି ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ରଦ୍ଦ ହେଲା ଅନାସ୍ଥା ପ୍ରସ୍ତାବ

mahabharatanews