ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଦୁର୍ନୀତି ମାମଲାରେ ଇସଲାମାବାଦ ହାଇକୋର୍ଟ ଦୁଇ ସପ୍ତାହ ପାଇଁ ଜାମିନ ପ୍ରଦାନ କରିଛନ୍ତି। ସଲାମାବାଦ ହାଇକୋର୍ଟ ପରିସରରେ ଉପସ୍ଥିତ ଥିବା ବେଳେ ଏନଏବି ଏହି ଦୁର୍ନୀତିର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ କର୍ତ୍ତୃପକ୍ଷ ମଙ୍ଗଳବାର ଅଲ୍ କାଦିର ଟ୍ରଷ୍ଟ ମାମଲାରେ ତାଙ୍କୁ ଗିରଫ କରିଥିଲେ।

ସୂଚନାନୁଯାୟୀ , ଇସଲାମାବାଦ ହାଇକୋର୍ଟ ତାଙ୍କ ଗିରଫଦାରୀକୁ ବଜାୟ ରଖିଥିଲେ ମଧ୍ୟ ସୁପ୍ରିମ୍କୋର୍ଟ ଗୁରୁବାର ତାଙ୍କ ଗିରଫଦାରୀକୁ ଅବୈଧ ଘୋଷଣା କରି କୋର୍ଟ ଭିତରୁ କାହାକୁ ଗିରଫ କରାଯାଇପାରିବ ନାହିଁ ବୋଲି ଘୋଷଣା କରିବା ସହ ତାଙ୍କୁ ସୁପ୍ରିମ୍କୋର୍ଟଙ୍କ ସୁରକ୍ଷାରେ ରଖି ପୂର୍ବାହ୍ନ ୧୧ଟାରେ ଇସ୍ଲାମାବାଦ ହାଇକୋର୍ଟରେ ହାଜର କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ।
