ଭାରତ

ଇମ୍ରାନ ଖାନଙ୍କ ବିମାନ ଯାତ୍ରା ଉପରେ ଲାଗିଲା ରୋକ

(ଲାହୋର) : ‘ନୋ ଫ୍ଲାଏ ଲିଷ୍ଟ୍‌’ରେ ରହିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଇମ୍ରାନ ଖାନ୍‌, ପତ୍ନୀ ବୁଶରା ବିବି ଏବଂ ତାଙ୍କ ଦଳ ପିଟିଆଇର ୮୦ ଜଣ ସଦସ୍ୟଙ୍କୁ ନୋ ଫ୍ଲାଏ ଲିଷ୍ଟ୍‌ରେ ରଖାଯାଇଛି। ଇମ୍ରାନଙ୍କ ଦଳ ପିଟିଆଇକୁ ନିଷିଦ୍ଧ କରାଯିବ ବୋଲି ଜଣାପଡ଼ିଛି ।

ସୂଚନାନୁଯାୟୀ , ଏହା ପୂର୍ବରୁ ଇମ୍ରାନ ଏବଂ ତାଙ୍କ ଦଳର ଅନ୍ୟ ସଦସ୍ୟମାନେ ନୋ ଫ୍ଲାଏ ଲିଷ୍ଟ୍‌ରେ ରହିଛନ୍ତି। ଇମ୍ରାନ ଖାନ୍‌ ଏଣିକୁ ଆଉ ବିମାନ ଯାତ୍ରା କରିପାରିବେନି। ଇତିମଧ୍ୟରେ ଇମ୍ରାନ ଆଜି ଦାବି କରିଛନ୍ତି ଯେ ତାଙ୍କ ଦଳକୁ ଭାଙ୍ଗିଦେବାପାଇଁ‌ ଚେଷ୍ଟା କରାଯାଉଛି।

Related posts

ଦେଶରେ ଦିନକରେ ୩୪,୧୧୩ ଆକ୍ରାନ୍ତ ଚିହ୍ନଟ ଓ ୩୪୬ ଜଣ ମୃତ

mahabharatanews

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

mahabharatanews

ଆଉ ଅଳ୍ପ ସମୟ ମାତ୍ର, ହେଲିକପ୍ଟର୍‌ ପ୍ରସ୍ତୁତ

mahabharatanews