Uncategorized

ଚାଇନାରେ ୮୯ ପ୍ରତିଶତ ସୁସ୍ଥ ହେଲେଣି

ବେଜିଂ: ·ଇନାର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ପ୍ରାୟ ୧୮୮ ଦେଶକୁ ବ୍ୟାପୀ ସାରିଲାଣି । ·ଇନାରେ ଏହା ପ୍ରାୟ ୩ ହଜାର ୫ଶହ ମୁଣ୍ଡ ନେଇଥିବା ବେଳେ ଏବେ ଏହା ୟୁରୋପୀୟ ଦେଶରେ ତାଣ୍ଡବ ରଚୁଛି । ଏବେ ·ଇନାରେ ନୂଆ ସଂକ୍ରମିତ ଚିହ୍ନଟ ହେଉ ନ ଥିବା କୁହାଯାଉଥିବା ବେଳେ ସୋମବାର ·ଇନାର ନାଶନାଲ ହେଲ୍ଥ କମିଶନ କହିଛନ୍ତି ·ଇନାରେ ୮୯ ପ୍ରତିଶତ କରୋନା ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ·ର୍ଜ ହୋଇଛନ୍ତି । ଗତବର୍ଷ ଡିସେମ୍ବରରୁ ·ଇନାରେ ଆରମ୍ଭ ହୋଇଥିବା କରୋନା ଭାଇରସରେ ୮୧,୦୯୩ ଜଣ ସଂକ୍ରମିତ ହୋଇଥିବା ବେଳେ ପ୍ରାୟ ୮୯ ପ୍ରତିଶତ ରୋଗୀ ସୁସ୍ଥ ହୋଇଥିବା ·ଇନା ଦାବି କରିଛି । ଏବେ ମାତ୍ର ୫,୧୨୦ ରୋଗୀ ଚିକିତ୍ସିତ ହେଉଛନ୍ତି ଓ ·ଇନାରେ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ୩,୨୬୮ ବୋଲି ସରକାରୀ ରିପୋର୍ଟରେ ଦର୍ଶାଯାଇଛି । ତେବେ କେତେକ ପ୍ରାମାଣିକ ତଥ୍ୟ ଅନୁସାରେ ·ଇନା ସରକାର ମିଛ କହୁଥିବା ଅନୁମାନ କରାଯାଉଛି । ଏନେଇ ଏବେ ଚର୍ଚ୍ଚା ଆରମ୍ଭ ହେଉଛ । ·ଇନାରେ କରୋନା ସଂକ୍ରମଣ ଆରମ୍ଭ ହେବାଠାରୁ ଇତିମଧ୍ୟରେ କୋଟିଏ ୫୦ ଲକ୍ଷ ମୋବାଇଲ୍ ୟୁଜର୍ସଙ୍କ ମୋବାଇଲ ହଠାତ୍ ବନ୍ଦ ହୋଇଯାଇଛି । ସେମାନେ ନିୟମିତ ଭାବେ ନେଟ୍ୱାର୍କ ସହିତ ଜଡ଼ିତ ରହିଥିଲେ । କାହିଁକି ସେମାନେ ମୋବାଇଲ ବ୍ୟବହାର ବନ୍ଦ କରିଛନ୍ତି ଏନେଇ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ସେମାନଙ୍କ ପାଖକୁ କଲ୍ କରାଯିବା ପରେ ମଧ୍ୟ କୌଣସି ଉତ୍ତର ନ ମିଳିବା ଅବା ମୋବାଇଲ ନ ଉଠାଯିବାରୁ ସନ୍ଦେହ ବଢ଼ିବାରେ ଲାଗିଛି । ଏସବୁ ୟୁଜରମାନଙ୍କର ମୃତ୍ୟୁ ଘଟିଥିବା ଟେଲିକମ୍ ଅପରେଟରମାନେ ଅନୁମାନ କରୁଛନ୍ତି । ସେହିପରି ରାତିରେ ଉହାନର ବହୁ ଘରେ ଆଲୋକ ନ ଜଳିବା ଘଟଣା ସ୍ଥିତିକୁ ଅଧିକ ରହସ୍ୟମୟ କରି ଗଢ଼ି ତୋଳୁଛି । ଏସବୁ ଘଟଣାରୁ ଅନୁମାନ କରାଯାଉଛି ଯେ, ·ଇନା ସରକାର ମୃତକଙ୍କୁ ନେଇ ଦେଇଥିବା ରିପୋର୍ଟ ସତ ନୁହେଁ । ତେବେ ଏନେଇ ବିଭିନ୍ନ ସଂସ୍ଥା ପକ୍ଷରୁ ସତ୍ୟ ଉନ୍ମୋଚନ ପାଇଁ ଉଦ୍ୟମ ଜାରି ରହିଛି ।

Related posts

ଡିପ୍ରେସନରେ ଅରମାନ,ଡିଲିଟ୍ କଲେ ଇନଷ୍ଟାଗ୍ରାମ ପୋଷ୍ଟ

mahabharatanews

ହାତରେ ନୁହେଁ ଭାତରେ ମାରୁଛି ଭାରତ

mahabharatanews

କାନାଡାରେ ଚୀନ ବିରୋଧି ବିକ୍ଷୋଭ

mahabharatanews