Uncategorizedବିଶ୍ୱ

ଚୀନରେ କରୋନାର କାୟା ; କୋଭିଡର ସବୁ ରେକର୍ଡ ଭାଙ୍ଗିପାରେ ଚୀନ୍

ବେଜିଂ : ଚୀନ୍‌ରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ | ଚୀନ୍ କୋଭିଡର ସବୁ ରେକର୍ଡ ଭାଙ୍ଗିପାରେ ବୋଲି ଚାଲିଛି ଚର୍ଚ୍ଚା | କରୋନା ଭୂତାଣୁର ବିଏଫ.୭ ପ୍ରଜାତି ଚୀନ୍‌ରେ ସଂକ୍ରମଣ ବଢାଇବାରେ ଲାଗିଛି। ସେପଟେ ଏବେ ଚାଲିଥିବା ସଂକ୍ରମଣ ଲହର ସପ୍ତାହକରେ ଶୀର୍ଷ ଛୁଇଁବ ବୋଲି ଆକଳନ କରିଛି ଗ୍ଲୋବାଲ ହେଲଥ୍ ଇଣ୍ଟେଲିଜେନ୍ସ ସଂସ୍ଥା ଏୟାରଫିନିଟି । ଚଳିତ ସପ୍ତାହରେ ଦିନକରେ ପ୍ରାୟ ୩ କୋଟି ୭୦ ଲକ୍ଷ ଲୋକ କୋଭିଡରେ ସଂକ୍ରମିତ ହୋଇପାରନ୍ତି । ଚୀନରେ ଏବେ ଦୈନିକ ୧୦ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ଦୈନିକ ପ୍ରାୟ ୫ ହଜାର ଲୋକଙ୍କ ମୃତ୍ୟୁ ହେଉଛି ।

ଚୀନରେ ବର୍ତ୍ତମାନ ଚାଲିଥିବା ଲହର ଓ ଏବଂ ଜାନୁଆରୀରେ ଆସିବାକୁ ଥିବା ପରବର୍ତୀ ଲହର ବିଶ୍ୱରେ କରୋନାର ସବୁ ରେକର୍ଡ ଭାଙ୍ଗିଦେବ ବୋଲି କୁହାଯାଉଛି । ତେବେ ସରକାରୀ ଭାବେ ଏହି ରିପୋର୍ଟକୁ ସ୍ୱୀକାର କରାଯାଇନାହିଁ । ଡିସେମ୍ବରର ପ୍ରଥମ ୨୦ ଦିନରେ ୨୪୮ ନିୟୁତ ଲୋକ ତଥା ମୋଟ୍ ଜନସଂଖ୍ୟାର ୧୮ ପ୍ରତିଶତ ସଂକ୍ରମତ ହୋଇଥିବା ଆଶଙ୍କା କରାଯାଉଛି । ଏହି ଅନୁମାନ ସତ ହେଲେ ଜାନୁଆରୀ ୨୦୨୩ରେ ଚୀନରେ ସଂକ୍ରମଣ ଓ ମୃତ୍ୟୁର ନୂଆ ରେକର୍ଡ ହେବ ।

Related posts

ସଡକ ସୁରକ୍ଷା: କାରର ଆଗ ସିଟ ଯାତ୍ରୀଙ୍କ ପାଇଁ ଏୟାରବ୍ୟାଗ୍‌କୁ ବାଧ୍ୟତାମୂଳକ ହେବ

mahabharatanews

ଦେଶର ପ୍ରଥମ ମଲଟି ମୋଡାଲ ଲଜିଷ୍ଟିକ ପାର୍କର ଶିଳାନ୍ୟାସ 

mahabharatanews

ହେମନ୍ତ ସୋରେନଙ୍କ ପ୍ରତି ଜାତିଗତ ଆକ୍ଷେପକୁ ବିଜେପିର ଖଣ୍ଡନ

mahabharatanews