Uncategorized

କରୋନାରେ ଆମେରିକା ଆଗରେ, ଦିନକରେ ୨୬୦୦ ଲୋକଙ୍କ ବିୟୋଗ

ୱାସିଂଟନ: ବିଶ୍ୱ ମହାମାରୀ କରୋନା କବଜାରେ ଏବେ ବିଶ୍ୱର ୨୧୦ଟି ଦେଶ । ତେବେ ଇଟାଲୀ, ସ୍ପେନ, ବ୍ରିଟେନରେ ସ୍ତିତି ଗମ୍ଭୀର । କିନ୍ତୁ ଆଶ୍ଚର୍ଯ୍ୟ ଚକିତ କରିବା ପରି ଘଟଣା କି, ବିଶ୍ୱର ସର୍ବଶକ୍ତିସାଳୀ ରାଷ୍ଟ୍ର ଆମେରିକାରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ପ୍ରତ୍ୟହ ହଜାର ହଜାର ଲୋକ ଆମେରିକାରେ ପ୍ରାଣ ହାରଉଛନ୍ତି କରୋନାରେ । ଦିନ ବଢିବା ସହ ଅ।।ମେରିକାରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆମେରିକାରେ କରୋନା ରୋଗୀଙ୍କ ପାଇଁ ୨୪ ଘଣ୍ଟା ରାସ୍ତାରେ ଧାଉଁଛି ଆମ୍ବୁଲାନ୍ସ । ଗତ ୨୪ ଘଣ୍ଟାରେ ଆମେରିକାରେ ସର୍ବାଧିକ ୨୬୦୦ ଜଣଙ୍କ ମୃତ୍ୟୁ ହୋଇଛି, ଯାହା ଏପର୍ଯ୍ୟନ୍ତ ଅନ୍ୟ କୌଣସି ଦେଶରେ ଘଟିନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଦିନରେ ଏତେ ସଂଖ୍ୟାରେ ଅନ୍ୟ କୌଣସି ରାଷ୍ଟ୍ରରେ ଲୋକଙ୍କ ମୃତ୍ୟୁ କରୋନାରେ ହୋଇନାହିଁ, କିନ୍ତୁ ଆମେରିକା ପରି ବିଜ୍ଞାନ, ପ୍ରଯୁକ୍ତି, ଅର୍ଥନୀତି ସବୁ କ୍ଷେତ୍ରରେ ଆଗରେ ଥିବା ରାଷ୍ଟ୍ରରେ ଏପରି ହେଉଛି । ଏନେଇ ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପ ଦେଶ ଏକ ସଙ୍କଟପୂର୍ଣ୍ଣ ସମୟ ଦେଇ ଗତିକରୁଥିବା କହିଛନ୍ତି ।
ସୂଚନାଯୋଗ୍ୟ, ଖବର ଲେଖାଯିବା ପର୍ଯ୍ୟନ୍ତ ସାରା ବିଶ୍ୱରେ ୨୦ଲକ୍ଷ ୮୪ହଜାର୨୨ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ୧ଲକ୍ଷ ୩୪ ହଜାର ୬୬୯ ଜଣଙ୍କ ମୃତ୍ୟୁୃ ହୋଇଛି ଓ ୫ଲକ୍ଷ ୧୫ ହଜାର ଲୋକ ସୁସ୍ଥ ହୋଇଛନ୍ତି । ତେବେ ଆମେରିକାରେ ଏହି ସଂଖ୍ୟା ଯଥାକ୍ରମେ ୬ଲକ୍ଷ୪୪ହଜାର୩୪୮ ସଂକ୍ରମିତ ହୋଇଥିବା ବେଳେ , ୨୮ହଜାର୫୫୪ଙ୍କ ମୃତ୍ୟୁ ହୋଇଛି ଓ ୪୮ହଜାର ୭୦୮ ଜଣ ସୁସ୍ଥ ହୋଇଛନ୍ତି ଓ ବର୍ତ୍ତମାନ ଦେଶାରେ ୫ଊକ୍ଷ ୬୭ହଜାର ୮୬ ଜଣଙ୍କ ଚିକିତ୍ସା ଚାଲିଛି ।

Related posts

ଗଛ ମୂଳେ ଚାଲିଛି ଅଙ୍ଗନୱାଡି

mahabharatanews

ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ କରାଇଲେ କରୋନା ଟେଷ୍ଟ

mahabharatanews

ନୌସେନ।ର ୨୧ କର୍ମଚାରୀ କରୋନାରେ ଆକ୍ରାନ୍ତ

mahabharatanews