ନୂଆଦିଲ୍ଲୀ: ପାକିସ୍ତାନରେ ୫ ହଜାର ଲୋକ କରୋନା ସଂକ୍ରମିତ ହୋଇସାରିଲେଣି । କରୋନାର ପ୍ରଭାବ ସର୍ବାଧିକ ପଞ୍ଜାବ ଅଞ୍ଚଳରେ ଦେଖିବାକୁ ମିଳୁଛି । ଏହି ଅଞ୍ଚଳରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ତେବେ ପାକିସ୍ତାନରେ ଏବେ ସ୍ଥିତି ଗୁରୁତର ରହିଛି । ସେଠାରେ ଏହା ମଧ୍ୟରେ ୧୦୦ ଜଣ ଡାକ୍ତର ବା କରୋନା ୱାରିଅର କରୋନାରେ ସଂକ୍ରମିତ ହୋଇଥିବା ଖବର ମିଳିଛି, ଯାହା ସ୍ଥିତିକୁ ଗମ୍ଭୀର କରି ଦେଇଛି । ଏବେ ପାକିସ୍ତାନର ଆଉ ୨୦ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି । ପୂର୍ବରୁ ପ୍ରାୟ ୫୦ ଜଣ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବା ଖବର ଆସିଥିଲା । ତେବେ ପାକିସ୍ତାନରେ ପାଖାପାଖି ୧୦୦ଜଣ ଡାକ୍ତର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା କୁହାଯାଉଛି । ଏତେ ସଂଖ୍ୟାରେ ଡାକ୍ତର କରୋନାରେ ସଂକ୍ରମିତ ହେବା ଫଳରେ ପାକିସ୍ତାନରେ ସ୍ୱାସ୍ଥ୍ୟ ସେବା ଭୁଷୁଡି ପଡିବା ଆଶଙ୍କା କରାଯାଉଛି । ଏହାସହ ରବିବାର ଓ ସୋମବାର ପଞ୍ଜାବ ଅଞ୍ଚଳରେ ଥିବା ନିସ୍ତାର ହସ୍ପିଟାଲରେ ୬ ଜଣ ନର୍ସ କରୋନାରେ ସଂକ୍ରମିତ ହେବା ସୂଚନା ଦିଆଯାଇଛି । ଫଳରେ ଏବେ ପାକିସ୍ତାନରେ ଡାକ୍ତରଙ୍କୁ ମିଶାଇ ପାଖାପାଖି ୧୦୬ ଜଣ ସ୍ୱାସ୍ଥ୍ୟକର୍ମୀ କରୋନାରେ ପୀଡିତ ହୋଇଥିବା ଜଣାପଡିଛି । ଏପରି ସ୍ଥଳେ ସାଧାରଣ ସଂକ୍ରମିତଙ୍କ ଚିକିତ୍ସାକୁ ନେଇ ଚିନ୍ତା ବଢିଯାଇଛି ।
previous post