Uncategorized

ଭାରତରେ ୯ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

(ନୂଆଦିଲ୍ଲୀ): ଭାରତରେ ଭୟଙ୍କର ହେଉଛି କରୋନା ସ୍ଥିତି। ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୯ ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୩ ହଜାର ୭୨୭ ଛୁଇଁଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଦେଶରେ ଦ୍ରୁତ ଗତିରେ ବଢୁଛି ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୯ ଲକ୍ଷ ୦୬ ହଜାର ୭୫୨ ରେ ପହଞ୍ଚିଛି । ଭାରତରେ ୨୩ ହଜାର ୭୨୭କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫ ଲକ୍ଷ ୭୧ ହଜାର ୪୬୦ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଲକ୍ଷ ୧୧ ହଜାର ୫୬୫ ଜଣ ସକ୍ରିୟ ଅଛନ୍ତି। ଏବେ ୩ ଲକ୍ଷ ୧୧ ହଜାର ୫୬୫ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।ଗତ ୨୪ ଘଣ୍ଟାରେ ୨୮ ହଜାର ୪୯୮ ନୂଆ ମାମଲା ସାମନାକୁ ଆସିଛି। ଏହା ସହ ୫୫୩ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।
ଏଯାଏ ଦେଶରେ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୩ ଲକ୍ଷ ୧୧ ହଜାର ୫୬୫ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ୨୩ ହଜାର ୭୨୭ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୫ ଲକ୍ଷ ୭୧ ହଜାର ୪୬୦ ଜଣ ଆକ୍ରାନ୍ତ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

Related posts

ଲଦାଖରେ ପୁଣି ଚୀନ ସେନାର ଅନୁପ୍ରବେଶ

mahabharatanews

ମୁମ୍ବାଇର ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ

mahabharatanews

ଜନଶୁଣାଣିରେ ପ୍ରଶାସନ ଜନତା ମୁହାଁମୁହିଁ

mahabharatanews