ରାଉକେଲା: ବେଦବ୍ୟାସରେ ପହଞ୍ଚିଲେ ୫ଟି ସଚିବ ଭିକେ ପାଣ୍ଡିଆନ । ରାଉରକେଲାରେ ପୁରୁଷ ହକି ବିଶ୍ଵକପକୁ ଦୃଷ୍ଟିରେ ରଖି ପ୍ରମୁଖ ତୀର୍ଥସ୍ଥାନ ବେଦବ୍ୟାସର ଉନ୍ନତିମୂଳକ ଓ ସୌନ୍ଦର୍ୟ୍ୟକରଣ କାର୍ୟ୍ୟ କରାଯାଇଛି । ତାର ସମିକ୍ଷା କରିବା ପାଇଁ ୫ଟି ସଚିବ ଭିକେ ପାଣ୍ଡିଆନ ପହଞ୍ଚିଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ୫ଟି ସଚିବ । ରାଉରକେଲା ମହାନଗର ନିଗମ କମିଶନର ଉପସ୍ଥିତ ରହିଥିଲେ । ମନ୍ଦିର ପରିସରରେ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ବୁଲି ଦେଖିଛନ୍ତି । ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷାକରିଛନ୍ତି । ବଦଳିଛି ବେଦବ୍ୟାସ ପୀଠର ରୂପରେଖ । ଜାରି ରହିଛି ଉନ୍ନତିମୂଳକ ଓ ସୈାନ୍ଦଯ୍ୟକରଣ କାର୍ଯ୍ୟ । ୧୦ ଫୁଟର ବ୍ୟାସଦବେଙ୍କ ମୂର୍ତ୍ତି ,୮ ଫୁଟର ଗଣେଶଙ୍କ ମୂର୍ତ୍ତି । ରଙ୍ଗୀନ ଆଲୋକରେ ବେଦବ୍ୟାସ ମନ୍ଦିର ପରିସରକୁ ସଜ୍ଜିତ କରାଯାଇଛି । ପାହାଡ଼ରେ କୃତିମ ଝରଣା ନିର୍ମାଣ କରାଯିବା ସହ ବେଦବ୍ୟାସ ମନ୍ଦିର ଚାରିପଟେ ଉନ୍ନତି କରଣ କାର୍ୟ୍ୟ କରାଯାଇଛି । ଧାର୍ମିକ ସଭା ପାଇଁ ସମ୍ମିଳନୀ କକ୍ଷ ନିର୍ମାଣ କରାଯାଇଛି ।
previous post
next post