ଓଡିଶା

ବେଦବ୍ୟାସରେ ୫ଟି ସଚିବ ଭିକେ ପାଣ୍ଡିଆନ କଲେ ମନ୍ଦିରରେ ପୂଜାର୍ଚ୍ଚନା

ରାଉକେଲା: ବେଦବ୍ୟାସରେ ପହଞ୍ଚିଲେ ୫ଟି ସଚିବ ଭିକେ ପାଣ୍ଡିଆନ । ରାଉରକେଲାରେ ପୁରୁଷ ହକି ବିଶ୍ଵକପକୁ ଦୃଷ୍ଟିରେ ରଖି ପ୍ରମୁଖ ତୀର୍ଥସ୍ଥାନ ବେଦବ୍ୟାସର ଉନ୍ନତିମୂଳକ ଓ ସୌନ୍ଦର୍ୟ୍ୟକରଣ କାର୍ୟ୍ୟ କରାଯାଇଛି । ତାର ସମିକ୍ଷା କରିବା ପାଇଁ ୫ଟି ସଚିବ ଭିକେ ପାଣ୍ଡିଆନ ପହଞ୍ଚିଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ୫ଟି ସଚିବ । ରାଉରକେଲା ମହାନଗର ନିଗମ କମିଶନର ଉପସ୍ଥିତ ରହିଥିଲେ । ମନ୍ଦିର ପରିସରରେ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ବୁଲି ଦେଖିଛନ୍ତି । ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷାକରିଛନ୍ତି । ବଦଳିଛି ବେଦବ୍ୟାସ ପୀଠର ରୂପରେଖ । ଜାରି ରହିଛି ଉନ୍ନତିମୂଳକ ଓ ସୈାନ୍ଦଯ୍ୟକରଣ କାର୍ଯ୍ୟ । ୧୦ ଫୁଟର ବ୍ୟାସଦବେଙ୍କ ମୂର୍ତ୍ତି ,୮ ଫୁଟର ଗଣେଶଙ୍କ ମୂର୍ତ୍ତି । ରଙ୍ଗୀନ ଆଲୋକରେ ବେଦବ୍ୟାସ ମନ୍ଦିର ପରିସରକୁ ସଜ୍ଜିତ କରାଯାଇଛି । ପାହାଡ଼ରେ କୃତିମ ଝରଣା ନିର୍ମାଣ କରାଯିବା ସହ ବେଦବ୍ୟାସ ମନ୍ଦିର ଚାରିପଟେ ଉନ୍ନତି କରଣ କାର୍ୟ୍ୟ କରାଯାଇଛି । ଧାର୍ମିକ ସଭା ପାଇଁ ସମ୍ମିଳନୀ କକ୍ଷ ନିର୍ମାଣ କରାଯାଇଛି ।

Related posts

ପ୍ରସିଦ୍ଧ ଶୁଳିଆ ଯାତ୍ରା ଆରମ୍ଭ, ପଡିଲା ପଶୁପକ୍ଷୀଙ୍କ ବଳି

mahabharatanews

ବନ୍ୟା ଲାଗି ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ବନ୍ଦ

mahabharatanews

ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୫ ତମ ଜନ୍ମତିଥି ଅବସରରେ ଜନ୍ମମାଟି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ

mahabharatanews