ଓଡିଶା

ତାଳଚେର ପୋଲିସ ପକ୍ଷରୁ ଆୟୋଜିତ ସାଇବର ସୁରକ୍ଷା ଅଭିଯାନ-୨୦୨୫ର ଶୁଭାରମ୍ଭ

ଆଜି ତାଳଚେର ପୋଲିସ ପକ୍ଷରୁ ଆୟୋଜିତ ସାଇବର ସୁରକ୍ଷା ଅଭିଯାନ- ୨୦୨୫ର ଶୁଭାରମ୍ଭ କାର୍ଯ୍ୟକ୍ରମ  ତାଳଚେର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ଆରମ୍ଭ ହୋଇ ତାଳଚେର ସ୍ଵୟଂଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା  l ଏଥିରେ ସମସ୍ତ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଓ NCC ଛାତ୍ର ଛାତ୍ରୀ ବିଭିନ୍ନ ସଂଗଠନ ଟ୍ରକ ମାଲିକ ସଂଘ  ଓ ତାଳଚେର ଶତାଧିକ  ସଭ୍ଯ  ମାନେ   ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ  ବ୍ରଜକିଶୋର ପ୍ରଧାନ, ବିଧାୟକ ପାଳଲହଡା ଅଶୋକ ମହାନ୍ତି, ମାନ୍ୟବର ବିଧାୟକ ପରଜଙ୍ଗ ତାଳଚେର ପୌରପରିଷଦ ନଗରପାଳପବିତ୍ର ଭୁତିଆ ଓ ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ୍ ଜୈନ, ଉପଜିଲ୍ଲାପାଳ ସମୀର କୁମାର ଜେନା, ନୋଡାଲ ଜିଏମ ଅଶୋକ କୁମାର ଧଳ  ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ତାଳଚେର ଉପ ଆରୋକ୍ଷ ଅଧକ୍ଷ ଭରତ ଚନ୍ଦ୍ର ସାହୁଙ୍କ ଅଧକ୍ଷତାରେ ଆୟୋଜିତ କରାଯାଇଥିଲା। ଏକ ନିଆରା ଢଙ୍ଗରେ କମେଡି, ପାଲା ଓ ନାଟ୍ୟ ଭିତ୍ତିକ ମୋନରଞ୍ଜନଭିତିକ ସଚେତନତା  କରାଯାଇରହିଲା। ଏହାକୁ  ସୁଚାର ରୂପେ ତାଳଚେର IIC ଦିଗ ବିଜୟ ବିଶ୍ୱାଳ ତୁଲାଇ ଥିଲେ। ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ସାଇବର ଅପରାଧ ନିବାରଣ, ଅନଲାଇନ୍ ସୁରକ୍ଷା ଏବଂ ଡିଜିଟାଲ୍ ସାକ୍ଷରତାକୁ ନେଇ ଯୁବପିଢ଼ି, ଛାତ୍ରଛାତ୍ରୀ ଏବଂ ବରିଷ୍ଠ ନାଗରିକମାନେ ଅଧିକ ସଚେତନ ଓ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲା ଆରୋକ୍ଷ ଅଧିକ୍ଷକ ରାହୁଲ ଜେନ ପରାମର୍ଶ ଦେଇଥିଲେ ।ଓ ପରିଶେଷରେ  JCI ତରଫରୁ ସମସ୍ତ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଓ ଉପ ସ୍ଥିତ ଜନ ସାଧାରଣଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇ ଦେଇଥିଲେ l

Related posts

ସୁବର୍ଣ୍ଣପୁର ଜିଲ୍ଲାର ସୁକାନ୍ତି ଇଣ୍ଟରନ୍ୟାସନାଲ ସ୍କୁଲର ନିଜସ୍ୱ ଗୃହ ଉଦଘାଟିତ

mahabharatanews

ସକାଳ ୯ଟା ସୁଦ୍ଧା ମୋଟ ୭.୪୫ ପ୍ରତିଶତ ମତଦାନ

mahabharatanews

ଅଟୋ ଦୁର୍ଘଟଣାଗ୍ରସ୍ତ, ୧୦ ଯାତ୍ରୀ ଆହତ

mahabharatanews