ଓଡିଶା

ଉଦଳାରେ ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଉଦଳାରେ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉଦଳା ପୋଲିସ ପକ୍ଷରୁ ଆଜି ଏକ ସଚେତନତା ରାଲି ବଜାର ପରିକ୍ରମା କରିଥିଲା। ଏହା ପରେ ଉଦଳା କଲେଜ ପରିସରରେ ଏକ ସଚେତନତା ସଭାର ଆୟୋଜନ ହୋଇଥିଲା। ମୟୁରଭଞ୍ଜ ପୋଲିସ ର ବରିଷ୍ଠ ଅଧିକାରୀଙ୍କ ସହିତ ଉପଜିଲ୍ଲାପାଳ ଏବଂ ଏନଏସି ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହିଥିଲେ। କିଭଳି ଭାବେ ସାଇବର ଅପରାଧୀ ମାନେ ମୋବାଇଲ ଓଟିପି, ମେସେଜ ଜରିଆରେ ସାଇବର ଠକେଇ କରୁଛନ୍ତି ସେ ନେଇ ସୂଚନା ଦେଇଥିଲେ ଉଦଳା ଥାନା ଅଧିକାରୀ। ଏବଂ ସାଇବର ଠକେଇର ଶିକାର ହେଲେ କିଭଳି ସେଥିରୁ ରକ୍ଷା ପାଇବେ ସେ ନେଇ ମଧ୍ୟ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ।

Related posts

ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ

mahabharatanews

ଘର କାନ୍ଥ ଭୁଶୁଡି ବୃଦ୍ଧା ଗୁରୁତର

mahabharatanews

କରୋନାରେ ୪ ସରକାରୀ କର୍ମଚାରୀଙ୍କ ମୃତ୍ୟୁ

mahabharatanews