ଓଡିଶା

ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଆଇଆଇଟି ଭୁବନେଶ୍ୱର ଅନୁସନ୍ଧାନ ଏବଂ ଉଦ୍ୟୋଗ ପାର୍କ ଉଦଘାଟନ

ଭୁବନେଶ୍ୱର: ଏକ ଅଭୂତପୂର୍ବ ପଦକ୍ଷେପ ଭାବେ, ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ମସିହା ଫେବୃୟାରୀ ୧୧ ତାରିଖ ଦିନ ଆଇଆଇଟି ଭୁବନେଶ୍ୱର ର ଅନୁସନ୍ଧାନ ଏବଂ ଉଦ୍ୟୋଗ ପାର୍କର ପରିର୍ତ୍ତନକାରୀ ୧୦୦-କ୍ୟୁବ୍ ଷ୍ଟାର୍ଟ-ଅପ୍ ନିର୍ମାଣ କରିବାକୁ ପଦକ୍ଷେପ ନେଇଛନ୍ତି । ଏହି ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକ୍ରମ ୨୦୩୬ ମସିହାରେ ଓଡ଼ିଶାର ୧୦୦ତମ ବାର୍ଷିକୀ ସୁଦ୍ଧା ପ୍ରତ୍ୟେକ ଟ. ୧୦୦ କୋଟି ମୂଲ୍ୟର ୧୦୦ଟି ଷ୍ଟାର୍ଟ ଅପ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ପାର୍କ ଅତ୍ୟାବଶ୍ୟକ ସମ୍ବଳ, ପରାମର୍ଶ, ପ୍ରାରମ୍ଭିକ ପୁଞ୍ଜି ଏବଂ ସମ୍ଭାବ୍ୟ ନିବେଶକମାନ ପ୍ରଦାନ କରିବ । ଶିକ୍ଷା ମନ୍ତ୍ରଣାଳୟରୁ ୧୩୦ କୋଟି ଟଙ୍କାର ସହାୟତାରେ ପାର୍କ ଆସନ୍ତା ଦୁଇ ବର୍ଷ ମଧ୍ୟରେ ବର୍ତ୍ତମାନର ୨୦,୦୦୦ ବର୍ଗଫୁଟ କ୍ଷେତ୍ରରୁ ୮୦,୦୦୦ ବର୍ଗଫୁଟ ପର୍ଯ୍ୟନ୍ତ ବିସ୍ତାରିତ ହେବାକୁ ଯାଉଛି । ବିଭିନ୍ନ ଶିଳ୍ପ, ଶିକ୍ଷାନୁଷ୍ଠାନ, ଷ୍ଟାର୍ଟ ଅପ୍, ଉଦ୍ୟୋଗୀ ପୁଞ୍ଜିପତି ଏବଂ ଛାତ୍ରମାନଙ୍କ ଭଳି ୧୫୦୦ରୁ ଅଧିକ ବ୍ୟକ୍ତିଙ୍କ ସମାବେଶକୁ ସମ୍ବୋଧିତ କରି ମାନ୍ୟବର ମନ୍ତ୍ରୀ କହିଛନ୍ତି, “ଓଡ଼ିଶା ତଥା ଭାରତର ଯୁବଶକ୍ତି ମଧ୍ୟରେ ସୃଜନାତ୍ମକ ଚିନ୍ତାଧାରାକୁ ସଫଳ ଉଦ୍ୟୋରେ ପାରିବର୍ତ୍ତିତ କରିବାର ଅମାପ ଉତ୍ସାହ ରହିଛି । ୧୦୦-କ୍ୟୁବ୍ ଷ୍ଟାର୍ଟ୍-ଅପ୍ କନ୍କ୍ଲେଭ୍ ପଦକ୍ଷେପ ସମଗ୍ର ଓଡ଼ିଶା ତଥା ଭାରତର ଔଦ୍ୟୋଗିକ ପୃଷ୍ଠଭୂମିକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିବ । ଏହି ପଦକ୍ଷେପ ଦ୍ୱାରା ଓଡ଼ିଶା ସମ୍ବନ୍ଧୀୟ ଷ୍ଟାର୍ଟ୍-ଅପ୍ଗୁଡ଼ିକର ବିକାଶ ପାଇଁ ଆଗଭର ହେବା ପାଇଁ ସେ ସମଗ୍ର ଦେଶର ଉଦ୍ୟୋଗୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ସେ ଭାରତ ତଥା ପୂର୍ବ ଭାରତର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ଏହି ମିଶନରେ ଅଂଶଗ୍ରହଣ କରି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ଆଇଆଇଟି ଭୁବନେଶ୍ୱର ର ବୋର୍ଡ ଅଫ୍ ଗଭର୍ନର୍ସର ଅଧ୍ୟକ୍ଷ ଡ. ଆର୍. ପି. ସିଂହ ସମାଜର ଉନ୍ନତି ନିମନ୍ତେ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନର ଉପଯୋଗ ଦ୍ୱାରା ସନ୍ତୁଳନ ସହିତ ନବସୃଜନ ଏବଂ ଅନୁସନ୍ଧାନର ମହତ୍ୱ ଉପରେ ଆଲୋକପାତ କରିଥିଲେ । ସେ ନିଶ୍ଚିତ ଯେ ଆଇଆଇଟି ଭୁବନେଶ୍ୱର ଏହାକୁ ହାସଲ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ । ଶ୍ରୀ ଟି. ଭି. ନରେନ୍ଦ୍ରନ, ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ, ଟାଟା ଷ୍ଟିଲ୍; ଜେନେରାଲ ଅଟୋମିକ୍ସ କର୍ପୋରେଶନର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ବିବେକ ଲାଲ୍; ଏନ୍ଏସ୍ଇର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଡଃ ଆଶିଷକୁମାର ଚୌହାନ; ଫିନ୍ଲ୍ୟାଣ୍ଡ୍ର ଡେପୁଟୀ ହେଡ୍ ମିଶନ୍ ଡଃ ଟିଟୋ ଗ୍ରୋନୋଓ; ଅଟଳ ଇନୋଭେସନ୍ ମିଶନ୍, ନୀତି ଆୟୋଗର ମିଶନ୍ ନିର୍ଦ୍ଦେଶକ ଡଃ ଚିନ୍ତନ ବୈଷ୍ଣବ ଏବଂ ମଧୁମିତା ଅଗ୍ରୱାଲ, ସହ-ପ୍ରତିଷ୍ଠାତା ଏବଂ ସିଇଓ, ଓବେନ୍ ଇଲେକ୍ଟ୍ରିକାଲ ମଧ୍ୟ ଏହି ଅବସରରେ ବକ୍ତବ୍ୟ ରଖିଥିଲେ ଏବଂ ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ପାଇଁ ଏହାର ମହତ୍ୱକୁ ଦର୍ଶାଇ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ, ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କରମଲକର ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଅତିଥିମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ଏବଂ ୧୦୦ କ୍ୟୁବ୍ ଇନିସିଏଟିଭ୍କୁ ଉପସ୍ଥାପନ କରିଥିଲେ । ସେ କହିଥିଲେ ଯେ, ୧୦୦ କ୍ୟୁବ୍ ଷ୍ଟାର୍ଟ-ଅପ୍ ଓଡ଼ିଶାକୁ ଉଦ୍ୟୋଗର ଏକ ହବ୍ ଭାବରେ ପ୍ରତିଷ୍ଠା ଦେବ ଏବଂ ଦେଶରେ ଷ୍ଟାର୍ଟ-ଅପ୍ ସଂସ୍କୃତି ପ୍ରତିପୋଷଣ ଦିଗରେ ଆଇଆଇଟି ଭୁବନେଶ୍ୱର ଏକ ମହତ୍ତ୍ୱପୂର୍ଣ୍ଣ ମାଇଲ୍ଖୁଣ୍ଟରୂପେ ପରିଗଣିତ ହେବ । ଏହି ଅବସରରେ, ଆଇଆଇଟି ଭୁବନେଶ୍ୱର ୧୦୦ କ୍ୟୁବ୍ ଲକ୍ଷ୍ୟ ହାସଲ କରିବା ପାଇଁ ରଣନୈତିକ ସହଯୋଗ ଗଠନ ନିମନ୍ତେ ୧୬ଟି କମ୍ପାନୀ ସହିତ ସ୍ୱାକ୍ଷର କରିଛି । ଏହା ବ୍ୟତୀତ ଆଇଆଇଟି ଭୁବନେଶ୍ୱର ଦ୍ୱାରା ଆରମ୍ଭ ହୋଇଥିବା ୪ଟି ଷ୍ଟାର୍ଟ ଅପ୍ ପାଇଁ ଅଏଲ୍ ଇଣ୍ଡିଆ ଲିମିଟେଡ୍ର ସିଏମ୍ଡି ଶ୍ରୀ ରଂଜିତ ରଥ ମଧ୍ୟ ୩.୫ କୋଟି ଟଙ୍କା ମୂଲ୍ୟର ଅନୁଦାନ ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ୧୫୦୦ ସିଟ୍ ବିଶିଷ୍ଟ ଅଡିଟୋରିୟମକୁ ଉଦ୍ଘାଟନ କରିଥିଲେ ଏବଂ ୪୫୦ କୋଟି ଟଙ୍କା ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପ ପାଇଁ ଇ-ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୧୦୦ କ୍ୟୁବ୍ ଷ୍ଟାର୍ଟ-ଅପ୍ ଉନ୍ମୋଚନ ସମାରୋହ ପୂର୍ବରୁ ଆଇଆଇଟି ଅନୁସନ୍ଧାନ ପାର୍କର ଫ୍ୟାକଲ୍ଟି ମୁଖ୍ୟ, ଉଦ୍ୟୋଗପତି ଏବଂ ପୁଞ୍ଜିପତିମାନଙ୍କ ଦ୍ୱରା ଫ୍ୟାକଲ୍ଟି ଏବଂ ଷ୍ଟାର୍ଟ-ଅପ୍ମାନଙ୍କ ନିମନ୍ତେ ସମାନ୍ତରାଳ ଭାବରେ ବୈଷୟିକ କର୍ମଶାଳା ଆୟୋଜିତ କରାଯାଇଥିଲା । ଅନୁସନ୍ଧାନ ଏବଂ ଉଦ୍ୟୋଗ ପାର୍କ, ଆଇଆଇଟି ଭୁବନେଶ୍ୱରର ସିଇଓ, ଡ. ଶୁଭଙ୍କର ପତି ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

ଟୁକୁଣା ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା

mahabharatanews

ଟୋକନ ବ୍ୟବସ୍ଥାରେ ଅନିୟମିତତା, ଧାନବସ୍ତା ରଖି ଚାଷୀଙ୍କ ରାସ୍ତାରୋକ

mahabharatanews

ଟ୍ରେନରୁ ଡେଇଁ ୨ ଯୁବତୀ ଗୁରୁତର ଆହତ

mahabharatanews